Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଚୀନରୁ ଗଣେଶ ମୂର୍ତ୍ତି ଆଣିବା ସମ୍ପର୍କରେ ଏହା କହିଲେ ନିର୍ମଳା

    Share on :
    ajab-Image
    Date: Jun 27, 2020    Views: 4849

    ନୂଆଦିଲ୍ଲୀ: ଚୀନରୁ ଗଣେଶ ମୂର୍ତ୍ତି ଆମଦାନି ହେଉଥିବା ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ଭର୍ଚୁଆଲ ମାଧ୍ୟମରେ ବିଜେପିର ତାମିଲନାଡୁ କର୍ମୀମାନଙ୍କୁ ସମ୍ବୋଧିତ କରିବା ବେଳେ ସେ କହିଛନ୍ତି, ଅଭିବୃଦ୍ଧି ଓ ଉପôାଦନ ବଢ଼ାଇବା ଏବଂ କର୍ମନିଯୁକ୍ତି ସୃଷ୍ଟି କରିବା ଲାଗି ଆମଦାନି କରିବା ଭୁଲ ନୁହେଁ । ତାହା ନିଶ୍ଚିତ କରିବା ଦରକାର । ଯେଉଁ କଞ୍ଚାମାଲ ଆମ ଦେଶରେ ଉପଲବ୍ଧି ନାହିଁ, କିନ୍ତୁ ଆମ ଶିଳ୍ପ ସଂସ୍ଥା ଗୁଡ଼ିକ ଆବଶ୍ୟକ କରୁଛନ୍ତି ତାହା ଆମଦାନୀ କରିବା ମଧ୍ୟ ଭୁଲ ନୁହେଁ । ଯେଉଁ ସାମଗ୍ରୀ ଆଣିଲେ ନିଯୁକ୍ତି ବଢେ଼ ନାହିଁ କିମ୍ବା ଅଭିବୃଦ୍ଧିକୁ ବଳ ମିଳେ ନାହିଁ ତାହା ଦେଶକୁ ଆତ୍ମନିର୍ଭର କରିପାରିବ ନାହିଁ । ସାଧାରଣତଃ ପ୍ରତିବର୍ଷ ଗଣେଶ ଚତୁର୍ଥୀ ସମୟରେ ସ୍ଥାନୀୟ କାରିଗରମାନେ ଗଢ଼ୁଥିବା ମାଟି ଗଣେଶ ମୂର୍ତ୍ତିକୁ ଲୋକମାନେ କିଣିଥାନ୍ତି । କିନ୍ତୁ ଏବେ ଚୀନରୁ କାହିଁକି ଗଣେଶ ମୂର୍ତ୍ତି ଆମଦାନୀ ହେଉଛି ବୋଲି ସେ କହିଛନ୍ତି । ଏଭଳି ସ୍ଥିତି କାହିଁକି ସୃଷ୍ଟି ହେଲା? ଆମେମାନେ କ’ଣ ମାଟିରେ ଗଣେଶ ମୂର୍ତ୍ତି ତିଆରି କରିପାରିବେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ଦୈନନ୍ଦିନ କାର୍ଯ୍ୟରେ ବ୍ୟବହାର ହେଉଥିବା ସାବୁନ, ପ୍ଲାଷ୍ଟିକ ସାମଗ୍ରୀ, ଧୂପକାଠି ୍ରାଦିକୁ ଦେଶ ଭିତରେ ଏମଏସଏମଇ ଗୁଡ଼ିକ ଉପôାଦପ କରି ଦେଶର ଆବଶ୍ୟକତା ପୂରଣ କରିପାରିବେ ବୋଲି ସେ କହିଛନ୍ତି । ଆତ୍ମନିର୍ଭର ଭାରତ ଅର୍ଥ ନୁହେଁ ସବୁ ପ୍ରକାର ଆମଦାନୀକୁ ବନ୍ଦ କରିବା । ଶିଳ୍ପ ଓ ଅଭିବୃଦ୍ଧି ଲାଗି ଯାହା ଦରକାର ତାହା ଆମଦାନୀ ହେବ ବୋଲି ସେ କହିଛନ୍ତି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook