Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ପଣ୍ଡିତ ନେହେରୁଙ୍କ ନୀତି ଆଦର୍ଶରେ କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦେଇଛନ୍ତି ନିରଞ୍ଜନ

    Share on :
    ajab-Image
    Date: Nov 15, 2020    Views: 3106

    ଭୁବନେଶ୍ୱର : ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ତ୍ୟାଗ, ଜ୍ଞାନ ଏବଂ ସାରା ବିଶ୍ୱରେ ଭାରତକୁ ପରିଚିତ କରେଇବାରେ ତାଙ୍କ ଅବଦାନ ଚିର ସ୍ମରଣୀୟ ବୋଲି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏକ ପ୍ରେସବାର୍ତାରେ ପ୍ରକାଶ କରିଛନ୍ତି । ପଣ୍ଡିତ ନେହେରୁଙ୍କ ଆଜି ଜନ୍ମଦିବସରେ ସେ କହିଛନ୍ତି ଯେଉଁ ଆଦର୍ଶ ନେଇ ଭାରତର ଗଣତନ୍ତ୍ର  ପ୍ରତିଷ୍ଠା କରିବାକୁ ପଣ୍ଡିତ ନେହେରୁ •ହିଁଥିଲେ ସେହିପରି ଭାବରେ ସମ୍ବିଧାନ ପ୍ରସ୍ତୁତି କରାଯାଇଥିଲା ଏବଂ ତାହାରି ଫଳରେ ଅନେକ ସୁଫଳ ଭାରତବର୍ଷକୁ ମିଳିଛି । ତଥାପି ଏବେ ମଧ୍ୟ ପଣ୍ଡିତ ନେହେରୁଙ୍କ ସ୍ୱପ୍ନ ସାକାର ହୋଇନାହିଁ ତେଣୁ ତାଙ୍କୁ ପୁନଃ ଆବିଷ୍କାର କରିବାକୁ ପଡ଼ିବ । ପଣ୍ଡିତ ନେହେରୁଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟକଲେ ଭାରତବର୍ଷ ସାରା ବିଶ୍ୱରେ ନିଜର ସ୍ଥିତି, ନିଜର ସମ୍ମାନ ବଂଚେଇରଖି ପାରିବ । ଆସନ୍ତୁ ଆଜି ପରି ଦିନରେ ତାଙ୍କୁ ସ୍ମରଣ କରିବା ଏବଂ ତାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ ହେବା ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଯୁବସମାଜକୁ ଆହ୍ୱାନ ଦେଇଛନ୍ତି । 

     

    Maximum 500 characters

    ରାଜନୀତି View all

    Find Us on Facebook