Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    କଂଗ୍ରେସ କାର୍ୟ୍ୟାଳୟ ଭଙ୍ଗାରୁଜା ଘଟଣାକୁ ବରଦାସ୍ତ କରାଯିବ ନାହିଁ :ନିରଞ୍ଜନ

    Share on :
    ajab-Image
    Date: Oct 14, 2021    Views: 3171

    ଭୁବନେଶ୍ବର: ପ୍ରଦେଶ ଯୁବ କଂଗ୍ରେସ କାର୍ୟ୍ୟାଳୟ ଭଙ୍ଗାରୁଜା ଘଟଣାକୁ ଗୁରୁତ୍ବର ସହ ନେଇଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ । ଘଟଣାରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିଛନ୍ତି ନିରଞ୍ଜନ । ଜିଲ୍ଲା କଂଗ୍ରେସ ସଭାପତିଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପିସିସି ସଭାପତି । ଏଭଳି କାର୍ୟ୍ୟକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ନିରଞ୍ଜନ ।

    ଅପରପକ୍ଷେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପାଇଁ ପିପିସି ସଭାପତି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ସଭାପତି ବିଶ୍ୱଜିତ ଦାଶଙ୍କୁ ଦାୟିତ୍ୱ ଦେଇଛନ୍ତି । ବିଶ୍ୱଜିତ ଖୁବଶୀଘ୍ର ଏକ ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରଦେଶ କଂଗ୍ରେସ କମିଟିକୁ ପ୍ରଦାନ କରିବାପାଇଁ କୁହାଯାଇଛି । ଏହି ରିପୋର୍ଟ ପାଇବାପରେ ପରବର୍ତ୍ତୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଉପସଭାପତି ଯଜ୍ଞଶ୍ୱର ବାବୁ ପ୍ରେସ ଇସ୍ତାହାର ମାଧ୍ୟମରେ ଜଣାଇଛନ୍ତି ।ଏହି ଘଟଣାରେ ଦାୟୀତ୍ୱରେ ଅବହେଳା ଯୋଗୁଁ ରାତ୍ର ଜଗୁଆଳି (ୱାଚମ୍ୟାନ)ଙ୍କୁ ନିଲମ୍ବନ କରାଯାଇଛି ।

    Maximum 500 characters

    ତାଜା ଖବର View all

    Find Us on Facebook