Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ନିରଞ୍ଜନ ଆଉ କଂଗ୍ରେସର ସଭାପତି ମଙ୍ଗ ଧରିବାକୁ ଅମଙ୍ଗ

    Share on :
    ajab-Image
    Date: Oct 3, 2021    Views: 5582

    ଭୁବନେଶ୍ୱର : ପୁଣିଥରେ ଅମଙ୍ଗ ହେଲେ ନିରଞ୍ଜନ ପଟ୍ଟନାୟକ। ଆଉ ରାଜ୍ୟ କଂଗ୍ରେସର ସଭାପତି ପଦରେ ରହିବେନି ବୋଲି କହିଲେ । ଆଉ ଏଥିନେଇ ପୁଣିଥରେ ହାଇକମାଣ୍ଡଙ୍କ ପାଖକୁ ଲେଖିଲେ ଚିଠି। କହି ରଖୁଛିକି ପୂର୍ବରୁ ଥରେ ସେ ଇସ୍ତଫା ଦେଇଥିଲେ ।

    ୨୦୧୯ ନିର୍ବାଚନରେ କଂଗ୍ରେସର ସ୍ଥିତି ଖରାପ ଥିଲା । ଯାହାକି ଏହା ପରେ ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକ ଇସ୍ତଫା ଦେଇଥିଲେ। ହେଲେ ତାହା ଗ୍ରହଣ ହୋଇନଥିଲା । ଏଣୁ ଏପର୍ୟ୍ୟନ୍ତ ସେ ରାଜ୍ୟ କଂଗ୍ରେସର ସଭାପତି ପଦରେ ରହିଛନ୍ତି ।

    ଏବେ ପୁଣି ଆଉ ଥରେ ନିରଞ୍ଜନ ପଟ୍ଟନାୟକ ଏହି ପ୍ରୟାସରେ ହାଇକମାଣ୍ଡଙ୍କୁ ଚିଠି ଲେଖିଛନ୍ତି । ସେଥିରେ ସେ ଆଉ କଂଗ୍ରେସର ସଭାପତି ମଙ୍ଗ ଧରିବେନି ବୋଲି କହିଥିବାର ସୂଚନା ମିଳିଛି ।

    ଦେଖିବାକୁ ବାକି ରହିଲା କଂଗ୍ରେସର ହାଇକମାଣ୍ଡ ଏହିଥର ନିରଞ୍ଜନଙ୍କ ଚିଠିର କଣ ଉତ୍ତର ଦେଉଛନ୍ତି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook