Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପିଏଫଆଇ ବିରୋଧରେ ଏନଆଇଏ ରେଡ୍

    Share on :
    ajab-Image
    Date: Sep 22, 2022    Views: 4147

    ନୂଆଦିଲ୍ଲୀ: ପିଏଫଆଇ ବିରୋଧରେ ବଡ଼ଧରଣର ଆକ୍ସନ୍ ନେଇଛି  ଏନଆଇଏ।  ଦେଶର ବିଭିନ୍ନ ସ୍ଥାନରେ ରେଡ୍ ଜାରି ରଖିଛି ଏନଆଇଏ।  ଏହି ରେଡ୍‌ରେ ଇଡି ମଧ୍ୟ ସାମିଲ ରହିଛି। ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କେରଳ, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ ସହ ଏକାଧିକ ସ୍ଥାନରେ ଖୋଳତାଡ଼ କରିଛି  ଏନଆଇଏ।  ପ୍ରାୟ ୧୦୦ ଜଣ ପିଏଫଆଇ ସଦସ୍ୟ ଏବଂ ଏହି ସଙ୍ଗଠନ ସହ ଜଡ଼ିତ କିଛି ଲୋକଙ୍କୁ  ଇଡି ଗିରଫ କରିଛି। କେନ୍ଦ୍ର ଗୃହମନ୍ତ୍ରଣାଳାୟ ପକ୍ଷରୁ ଏହି ଅପରେଶନ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଲକ୍ଷ୍ନୌରୁ ମଧ୍ୟ ୨ ଜଣ ପିଏଫ‌ଆଇ ସଦସ୍ୟଙ୍କୁ ଗିରଫ କରାଯାଇଛି। ତଦନ୍ତ ଇତିହାସରେ ଏହା ସବୁ ଠାରୁ ବଡ଼ଧରଣର ଅପରେଶନ ବୋଲି କୁହାଯାଉଛି। ଆତଙ୍କବାଦୀ ଫଣ୍ଡିଂ ସହ ଜଡ଼ିତ ଏବଂ ଅପରାଧିକ ତାଲିମ ଚଳାଇବା ଅଭିଯୋଗରେ ତଦନ୍ତାକାରୀ ସଂସ୍ଥା ପକ୍ଷରୁ ମେଗା ରେଡ୍‌ କରାଯାଉଛି। ଆତଙ୍କବାଦୀଙ୍କ ପାଣ୍ଠି ଯୋଗାଇବା, ତାଲିମ ଶିବିର ଆୟୋଜନ ଏବଂ ଲୋକଙ୍କୁ ସଂଗଠନରେ ସାମିଲ କରିବା ଅଭିଯୋଗରେ ଘର ଏବଂ  ଅଫିସରେ ଏହି ଅନୁସନ୍ଧାନ କରାଯାଉଛି। ଏହି ଟିମ୍‌ରେ ୨୦୦ରୁ ଅଧିକ  ଏନଆଇଏ ଅଧିକାରୀ ସାମିଲ ଅଛନ୍ତି। । ମାଙ୍ଗାଲୁରୁରେ ଏନଆଇଏ ଅଧିକାରୀଙ୍କୁ  ଆରକ୍ରମଣ ଅଭିଯୋଗ ହୋଇଛି।  କର୍ଣ୍ଣାଟକ ପୁଲିସ ପିଏଫଆଇ ଏବଂ ଏସଡିପିଆଇ ସଦସ୍ୟଙ୍କୁ ଅଟକ ରଖିଛି।

    ସୂଚନା ଅନୁଯାୟୀ ଅଗଷ୍ଟ ୨୬ ତାରିଖରେ ଏନଆଇଏର ହାଇଦ୍ରାବାଦ ଶାଖାରେ ପିଏଫଆଇ ସହ ଜଡିତ ଏକ ମାମଲା ପଞ୍ଜୀକୃତ ହୋଇଥିଲା । ମାମଲା ପଞ୍ଜୀକୃତ ହେବା ପରେ ଏନଆଇଏ ଦ୍ୱାରା ଦାଖଲ କରାଯାଇଥିବା ରିପୋର୍ଟରେ ପ୍ରାୟ ୨୬ ଜଣଙ୍କ ବିରୋଧରେ ଅଭିଯୋଗ ହୋଇଛି । ସେହି ଅଭିଯୋଗକୁ  ଭିତ୍ତିକରି ଏନଆଇଏ ପକ୍ଷରୁ ବଡ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏନଆଇଏ ପକ୍ଷରୁ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶର ଅନେକ ସ୍ଥାନରେ ଚଢ଼ାଉ କରାଯାଉଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଉଭୟ ରାଜ୍ୟର ପ୍ରାୟ ୨୩ଟି ସ୍ଥାନରେ ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି ଚଢ଼ାଉ କରୁଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook