Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଏନ୍‌ଜିଟିର ଝଟ୍‌କା, ୩୪ ଏକର ଜମିରେ ସୀମିତ ରହିବ ବାଲିଯାତ୍ରା

    Share on :
    ajab-Image
    Date: Sep 23, 2022    Views: 3475

    କଟକ: ରାଜ୍ୟ ସରକାରଙ୍କ ବହୁ ପ୍ରତୀକ୍ଷିତ ବାଲିଯାତ୍ରା ରିଭର ଫ୍ରଣ୍ଟ ଇମ୍ପ୍ରୁଭମେଣ୍ଟ -BARFI ପ୍ରକଳ୍ପକୁ NGT ଝଟକା। ପ୍ରକଳ୍ପ ଲାଗି ଚିହ୍ନଟ ସମ୍ପୂର୍ଣ୍ଣ ୪୬୨ ଏକର ଜମି ଉପରେ ହୋଇପାରିବ ନାହିଁ କୌଣସି ପ୍ରକାର କଂକ୍ରିଟ କାମ ଫ ଏପରିକି ପ୍ଲଡ୍ ପ୍ଲେନ ଜୋନ ଅଞ୍ଚଳରେ ବିକାଶ ଲାଗି ସରକାରଙ୍କ ମାଷ୍ଟର ପ୍ଲାନ ବି ଗ୍ରହଣୀୟ ନୁହେଁ ବୋଲି ଏନଜିଟି ସ୍ପଷ୍ଟ କରିଛି।
    କେବଳ ୩୪ ଏକର ଜମି ବାଲିଯାତ୍ରା ପାଇଁ ରହିବ। ଉକ୍ତ ଅଞ୍ଚଳର ପରିମଳ ଓ ପରିଚ୍ଛନ୍ନତାକୁ ସୁନିଶ୍ଚିତ କରିବ ପ୍ରଶାସନ।  ଅବଶିଷ୍ଟ ୩୯୨ ଏକର ଜମିରେ ଜଙ୍ଗଲ ଓ ବାୟୋଲଜିକାଲ ପାର୍କ ର୍ନିମାଣ ହେବ। ଏହାର ଦୁଇ ତୃତୀୟାଂଶ ଜମିରେ ଘଞ୍ଚ ଜଙ୍ଗଲ ସୃଷ୍ଟି କରାଯିବ। ଏଥିଲାଗି ଏହି ଅଞ୍ଚଳକୁ ଚିହ୍ନଟ କରି ଜଙ୍ଗଲ ବିଭାଗକୁ ହସ୍ତାନ୍ତର ଲାଗି NGT ନିର୍ଦ୍ଦେଶ ଦେଇଛନ୍ତି।

    ବଳକା ଏକ ତୃତୀୟାଂଶ ଅଞ୍ଚଳରେ ବିନା ସ୍ଥାୟୀ କିମ୍ବା ଅସ୍ଥାୟୀ ର୍ନିମାଣରେ ପାର୍କ ଓ ଖେଳପଡ଼ିଆ ତିଆରି ହୋଇପାରିବ।  କିନ୍ତୁ ଏ ଅଞ୍ଚଳରେ କୌଣସି ପ୍ରକାର ବ୍ୟବସାୟିକ କାର୍ୟ୍ୟକଳାପକୁ ପ୍ରଶ୍ରୟ ଦିଆଯିବନି। ବାଲି ଭର୍ତ୍ତି ଯୋଗୁଁ ବନ୍ୟା ଆଶଙ୍କା ଥିବା କଟକ ଆଖପାଖ ଅଞ୍ଚଳର ୩୮ ଗାଁର ନିରାପତ୍ତା ନେଇ ସରକାର ଆବଶ୍ୟକୀୟ ପଦକ୍ଷେପ ନିଅନ୍ତୁ ବୋଲି NGT ନିର୍ଦେଶ ଦେଇଛନ୍ତି।

    Maximum 500 characters

    ତାଜା ଖବର View all

    Find Us on Facebook