ମୁଖ୍ୟ ଖବର
ଭୁବନେଶ୍ୱର: ନୂଆ ସିଲାବସ ନେଇ ଶନିବାର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ୨୦୨୬-୨୭ ଶିକ୍ଷା ବର୍ଷରେ ନୂଆ ସିଲାବସ ଲାଗୁ ହେବ । ଏନଇପି ଲାଗୁ ପରେ ସିଲାବସ ପରିବର୍ତ୍ତନ ପାଇଁ କମିଟି ଗଠନ ହୋଇଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ସିଲାବସ ବଦଳିବ । ଭାଷା, ସଂସ୍କୃତି ଓ ଐତିହ୍ୟକୁ ନେଇ ନୂଆ ସିଲାବସ ଆସିବ । ନୂଆ ସିଲାବସ ପାଇଁ କମିଟି ତର୍ଜମା କରୁଛି । ରାଜ୍ୟ ପାଇଁ ଯାହା ଠିକ ହେବ ତାହା ସିଲାବସରେ ସ୍ଥାନ ପାଇବ ବୋଲି ମନ୍ତ୍ରୀ କହିଛନ୍ତି ।
Comments ସମସ୍ତ ମତାମତ