Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    କିଏ ହେବେ ନୂଆ ବାଚସ୍ପତି ? ରେସ୍‌ରେ ଅଛନ୍ତି ଏମାନେ..

    Share on :
    ajab-Image
    Date: May 22, 2023    Views: 4015

    ଭୁବନେଶ୍ୱର: କିଏ ହେବେ ବିଧାନସଭାର ନୂଆ ବାଚସ୍ପତି । ବିକ୍ରମ କେଶରୀ ଆରୁଖଙ୍କ ଇସ୍ତଫା ପରେ ଏହି ପଦ ଖାଲି ପଡିଛି । ନୂଆ ବାଚସ୍ପତିଙ୍କୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି । ଖୁବଶୀଘ୍ର ନାଁ ଘୋଷଣା ହୋଇପାରେ । ରେସ୍‌ରେ ସ୍ନେହାଙ୍ଗିନୀ ଛୁରିଆ, ପ୍ରଫୁଲ ସାମଲ ଓ ବଦ୍ରିନାରାୟଣ ପାତ୍ର ପ୍ରମୁଖ ଅଛନ୍ତି । ଚର୍ଚ୍ଚା ହେଉଛି ଜଣେ ମହିଳାଙ୍କୁ ମିଳିପାରେ ବାଚସ୍ପତି ପଦ । ଏମିତି ହେଲେ ଆଗରେ ଅଛନ୍ତି ଅତାବିରାର ୨ ଥର ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ । ୨୦୧୪ରେ ପ୍ରଥମ ଥର ବିଧାୟିକା ହୋଇଥିଲେ ।

    ୨୦୧୪-୧୯ ମଧ୍ୟରେ ଥିଲେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ । ୨୦୧୪-୧୭ ମଧ୍ୟରେ ଥିଲେ ଏସ୍‌ସି ଓ ଏସ୍‌ଟି ଉନ୍ନୟନ ବିଭାଗ ମନ୍ତ୍ରୀ । ସେହିପରି ରେସରେ ଅଛନ୍ତି ବରିଷ୍ଠ ବିଧାୟକ ବଦ୍ରି ନାରାୟଣ ପାତ୍ର । ୫ ଥର ବିଧାୟକ । ୨ ଥର ରାମଚନ୍ଦ୍ରପୁରରୁ ଓ ଘସିପୁରାରୁ ୩ ଥର ବିଧାୟକ ଭାବେ ନିର୍ବାଚନ ଜିତିଛନ୍ତି । ୨୦୦୯ରେ ପ୍ରଥମ ଥର ମନ୍ତ୍ରୀ ହୋଇଥିଲେ । ସେହିପରି ବାଚସ୍ପତି ପଦ ପାଇଁ ଚର୍ଚ୍ଚାରେ ଅଛି ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ନାଁ । ୬ ଥରର ବିଧାୟକ । ୩ ଥର ଭଦ୍ରକ ଓ ୩ ଥର ଭଣ୍ଡାରୀପୋଖରୀ ବିଧାନସଭା ଆସନରୁ ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି । ୧୯୯୦ରେ ପ୍ରଥମ ଥର ବିଧାୟକ ହୋଇଥିଲେ । ୧୯୯୮ରେ ସେ ଥିଲେ ବିରୋଧୀ ଦଳ ନେତା । ନବୀନଙ୍କ କ୍ୟାବିନେଟରେ ବି ମନ୍ତ୍ରୀ ଥିଲେ ପ୍ରଫୁଲ୍ଲ ସାମଲ ।

    Maximum 500 characters

    ରାଜନୀତି View all

    Find Us on Facebook