Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ନୂଆ ସଂସଦ ଭବନ ଉଦଘାଟନ ସମାରୋହକୁ ବୟକଟ୍

    Share on :
    ajab-Image
    Date: May 24, 2023    Views: 3347

    ନୂଆଦିଲ୍ଲୀ: ମେ’ ୨୮ ତାରିଖରେ ନୂଆ ସଂସଦ ଭବନ ଉଦଘାଟନ ହେବ । ହେଲେ ଏହା ପୂର୍ବରୁ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବାକୁ ବିରୋଧ କରିଛନ୍ତି ବିରୋଧି ଦଳ ନେତା । ସଂସଦର ମୁଖ୍ୟ ରାଷ୍ଟ୍ରପତି, ତେଣୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହାକୁ ଉଦଘାଟନ କରିବାର ଅସଲ ହକ୍‌ଦାର ବୋଲି ବିଭିନ୍ନ ବିପକ୍ଷ ନେତା କହିଛନ୍ତି । ଏନେଇ ଏହି ସମାରୋହକୁ ୪ ରାଜନୈତିକ ଦଳ ବୟକଟ୍ କରିଛନ୍ତି । ମାମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ, ଦିଲ୍ଲୀର ଆପ୍ ଆଦମୀ ପାର୍ଟି, ସିପିଆଇ ଏବଂ ସିପିଏମ ଉଦଘାଟନ ସମାରୋହରେ ସାମିଲ ନହେବାକୁ ନିଷ୍ପତ୍ତି ନେଇଛନ୍ତି । କିଛି ବିରୋଧୀ ଦଳ ଏହି କାର୍ୟ୍ୟକ୍ରମ ଠାରୁ ଦୂରେଇ ରହିପାରନ୍ତି ବୋଲି କୁହାଯାଉଛି । ଏହାକୁ ନେଇ କଂଗ୍ରେସ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ ।  ୨୦୨୦ ଡିସେମ୍ବର ମାସରେ ନୂଆ ସଂସଦ ଭବନ ଶିଳାନ୍ୟାସ ସମାରୋହ ସମୟରେ କଂଗ୍ରେସ ସମେତ ବହୁ ବିରୋଧୀ ଦଳ ସାମିଲ ହୋଇନଥିଲେ । ଆଗକୁ ୨୦୨୪ ସାଧାରଣ ନିର୍ବାଚନ ଆସୁଥିବାରୁ ଭାରତୀୟ ଜନତା ପାର୍ଟି ବିରୋଧରେ ବିପକ୍ଷ ଦଳ ସବୁ ଏକଜୁଟ୍ ହେଉଛନ୍ତି ।
    ମଙ୍ଗଳବାର ଟିଏମସି ନେତାଙ୍କ ସହିତ ଆପ୍ ନେତାଙ୍କ ଆଲୋଚନା ହୋଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରଓ୍ବାଲ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ଭେଟ କରିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଣାଯାଇଥିବା ଅଧ୍ୟାଦେଶକୁ ଅଣ ବିଜେପି ଶାସିତ ରାଜ୍ୟ ସମର୍ଥନ ନକରିବାକୁ କେଜ୍ରିଓ୍ବାଲ କହିଥିଲେ । ସେପଟେ ଟିଏମସି  ସାଂସଦ ଡେରେକ ଓ ବ୍ରାୟନ କହିଛନ୍ତି, ସଂସଦ କେବଳ ଏକ ନୂଆ ଭବନ ନୁହେଁ । ଏହା ପୁରୁଣା ପରମ୍ପରା, ମୂଲ୍ୟ, ଉଦାହରଣ, ନୀତି ଓ ନିୟମର ମହଲ  । ଏହା ଭାରତୀୟ ଲୋକତନ୍ତ୍ରର ଆଧାର ବୋଲି କହିଛନ୍ତି । ପିଏମ ନରେନ୍ଦ୍ର ମୋଦି ବୁଝିବା ଦରକାର ସଂସଦ ଭବନ ପ୍ରଧାନମନ୍ତ୍ରୀ ଉଦଘାଟନ କରିବା ମାନେ ରାଷ୍ଟ୍ରପତିଙ୍କୁ ଅପମାନ ସଦୃଶ ହେବ ।  
    ସେପଟେ ବିଜେପି ମଧ୍ୟ ପଲଟା ଜବାବ ଦେଇଛି । କେନ୍ଦ୍ରମନ୍ତ୍ରୀ ହରଦୀପ ପୁରୀ କଂଗ୍ରେସ ପ୍ରଶ୍ନ କରି କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ  ଇନ୍ଦିରା ଗାନ୍ଧି ୨୪ ଅକ୍ଟୋବର ୧୯୭୫ରେ ସଂସଦ ଭବନ କିଛି ଅଂଶକୁ କିପରି ଉଦଘାଟନ କରିଥିଲେ । ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ମଧ୍ୟ ସଂସଦ ପାଠାଗାରର ଶିଳାନ୍ୟାସ କିପରି କରିଥିଲେ ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook