Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ମାନସ ରଞ୍ଜନ ବାରିକ୍ ନୂଆ ଆଇନ ସଚିବ

    Share on :
    ajab-Image
    Date: Sep 19, 2023    Views: 3907

    ଭୁବନେଶ୍ୱର: ଓଡ଼ିଶା ଜୁଡିସିଆଲ ସେବାର ବରିଷ୍ଠ ଅଫିସର ମାନସ ରଞ୍ଜନ ବାରିକଙ୍କୁ ରାଜ୍ୟ ଆଇନ ବିଭାଗର ପ୍ରମୁଖ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ଶ୍ରୀ ବାରିକ ଏବେ ସମ୍ବଲପୁର ଜିଲ୍ଲା ଓ ସେସନ୍ ଜଜ୍ ଭାବେ କାର୍ୟ୍ୟ କରୁଛନ୍ତି । ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

    ସୂଚନା ଅନୁସାରେ, ଓଡ଼ିଶା ଜୁଡିସିଆଲ ଅଫିସର(ଓଜେଏସ) ଶ୍ରୀ ବାରିକଙ୍କୁ  ଆଇନ ବିଭାଗର ପ୍ରମୁଖ ସଚିବ ଭାବେ ବଦଳି କରାଯାଇଛି । ଆଇନ ବିଭାଗର ସ୍ୱତନ୍ତ୍ର ସଚିବ ତଥା ଏଲଆର ଧନେଶ୍ୱର ମଲ୍ଲିକ ଏବେ  ପ୍ରମୁଖ ସଚିବ(ଇନଚାର୍ଜ) ଭାବେ ଗତ କିଛିମାସ ଧରି କାର୍ୟ୍ୟ କରୁଛନ୍ତି । ବରିଷ୍ଠ ଓଜେଏସ୍ ଅଫିସର ଶ୍ରୀ ବାରିକଙ୍କୁ ବିଭାଗର ପ୍ରମୁଖ ସଚିବ ନିଯୁକ୍ତି ମିଳିବା ପରେ ଶ୍ରୀ ମଲ୍ଲିକ ଆଇନ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ପୂର୍ବଭଳି କାର୍ୟ୍ୟ ତୁଲାଇବେ ବୋଲି ଜଣାପଡ଼ିଛି । ଶ୍ରୀ ବାରିକଙ୍କ ସ୍ଥାନରେ ସମ୍ବଲପୁର ଜିଲ୍ଲା ଓ ସେସନ୍ ଜଜ୍ ଭାବେ ଓଜେଏସ୍ ପ୍ରଦ୍ୟୁମ୍ନ କୁମାର ନାୟକଙ୍କୁ ଅବସ୍ଥାପିତ କରାଯାଇଥିବା ସୂଚନା ମିଳିଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook