Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଯୁବରାଜ ସିଂହଙ୍କ ରେକର୍ଡ ଭାଙ୍ଗିଲେ ନେପାଳର ଦୀପେନ୍ଦ୍ର ସିଂହ ଐରୀ

    Share on :
    ajab-Image
    Date: Sep 27, 2023    Views: 3001

    ନୂଆଦିଲ୍ଲୀ:  ଏସୀୟ କ୍ରୀଡାରେ ଆଜିଠାରୁ ଆରମ୍ଭ ହୋଇଛି ପୁରୁଷ କ୍ରିକେଟ୍ ଇଭେଣ୍ଟ । ଟି-୨୦ ଫର୍ମାଟରେ ଖେଳାଯାଉଥିବା ଏହି ଇଭେଣ୍ଟର ପ୍ରଥମ ମ୍ୟାଚରେ ଠିଆ ହୋଇଛି ଅନେକ ରେକର୍ଡ । ଦ୍ରୁତତମ ଶତକ, ଦ୍ରୁତତମ ଅର୍ଦ୍ଧଶତକ, ସର୍ବାଧିକ ଦଳୀୟ ସ୍କୋର, ସର୍ବାଧିକ ରନ୍ ବ୍ୟବଧାନରେ ବିଜୟ, ସବୁ ରେକର୍ଡ ହୋଇଛି ନେପାଳ ଓ ମଙ୍ଗୋଲିଆ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚରେ ।
    ପ୍ରଥମେ ବ୍ୟାଟିଂ କରିଥିବା ନେପାଳର କୁଶଳ ମଲ୍ଲ ୩୪ ବଲରୁ ଶତକ ଅର୍ଜନ କରି ରେକର୍ଡ ସ୍ଥାପନ କରିଛନ୍ତି । ୫୦ ବଲରୁ ୧୩୭ ରନ୍ କରି ସେ ଅପରାଜିତ ରହିଥିଲେ । ପଂଚମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଦୀପେନ୍ଦ୍ର ସିଂହ ଐରୀ ମାତ୍ର ୯ ବଲରେ ଅର୍ଦ୍ଧଶତକ ହାସଲ କରି ୨୦୦୭ରୁ ଯୁବରାଜ ସିଂହଙ୍କ ନାଁରେ ଥିବା ୧୨ ବଲରୁ ଅର୍ଦ୍ଧଶତକ ରେକର୍ଡ ଭାଙ୍ଗି ଦେଇଛନ୍ତି । ଏହି ଦୁଇ ଜଣଙ୍କ ସହ ରୋହିତ ପୌଡେଲ ୨୭ ବଲରୁ ୬୧ ରନ୍ କରି ଦଳୀୟ ସ୍କୋରକୁ ୩୧୪ ପର୍ୟ୍ୟନ୍ତ ପହଞ୍ଚାଇଛନ୍ତି । ଯାହା ଟି-୨୦ ଫର୍ମାଟର ସର୍ବାଧିକ ଦଳୀୟ ସ୍କୋର । ଏହି ତିନି ରେକର୍ଡ ସହ ଚତୁର୍ଥ ରେକର୍ଡ ଆସିଛି ସର୍ବାଧିକ ରନ୍ ବ୍ୟବଧାନରେ ବିଜୟ ଭାବେ ।


    ୩୧୫ ରନର ବିଜୟ ଲକ୍ଷ୍ୟ ପିଛା କରି ମଙ୍ଗୋଲିଆ ମାତ୍ର ୪୧ ରନରେ ଅଲ୍ଆଉଟ୍ ହୋଇଯାଇଛି । ବଡ଼ କଥା ହେଉଛି ୪୧ ରନରୁ ୨୩ ରନ୍ ଆସିଛି ଏକ୍ସଟ୍ରା ଭାବେ । ନେପାଳ ୨୭୩ ରନରେ ବିଜୟ ଲାଭ କରିବା ସହ ଏହା ମଧ୍ୟ ଏକ ରେକର୍ଡ ହୋଇଛି । ଏହି ଇଭେଣ୍ଟରେ ଋତୁରାଜ ଗାୟକୱାଡଙ୍କ ନେତୃତ୍ୱାଧୀନ ଭାରତୀୟ କ୍ରିକେଟ୍ ଦଳ ଆସନ୍ତା ୩ ତାରିଖରୁ ତାର ଅଭିଯାନ ଆରମ୍ଭ କରିବ ।

    Maximum 500 characters

    ଖେଳ ଖବର View all

    Find Us on Facebook