ମୁଖ୍ୟ ଖବର
ନୂଆଦିଲ୍ଲୀ: ଦେଶର ସାମୁଦ୍ରିକ ସୀମା ସୁରକ୍ଷା ପାଇଁ ମିଳିଛି ନୂଆ ସେନାପତି। ଭାଇସ୍ ଆଡମିରାଲ୍ କ୍ରିଷ୍ଣା ସ୍ୱାମୀନାଥନ ହେବାକୁ ଯାଉଛନ୍ତି ଭାରତୀୟ ନୌସେନାର ପରବର୍ତ୍ତୀ ମୁଖ୍ୟ। ଆସନ୍ତା ୩୧ ତାରିଖରେ ସେ ବିଧିବଦ୍ଧ ଭାବେ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଗ୍ରହଣ କରିବେ।ଜଣେ ଦକ୍ଷ ଏବଂ ଅଭିଜ୍ଞ ଅଧିକାରୀ ଭାବେ ସ୍ୱାମୀନାଥନଙ୍କର ସାରା ଦେଶରେ ସୁଖ୍ୟାତି ରହିଛି। ସେ ୨୦୨୮ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଏହି ପଦବୀରେ ରହି ଦେଶ ସେବା କରିବେ।
ବର୍ତ୍ତମାନ ମୁମ୍ବାଇରେ ୱେଷ୍ଟର୍ଣ୍ଣ ନୌସେନା କମାଣ୍ଡର ଭାବେ କାର୍ଯ୍ୟରତ ଅଛନ୍ତି ସ୍ୱାମୀନାଥନ। ସେ ଜଣେ କମ୍ୟୁନିକେସନ ଏବଂ ଇଲେକ୍ଟ୍ରୋନିକ ୱାରଫେୟାର ଏକ୍ସପର୍ଟ ଭାବେ ବେଶ୍ ଜଣାଶୁଣା। ଆଧୁନିକ ଯୁଦ୍ଧ କୌଶଳରେ ତାଙ୍କର ପାରଦର୍ଶିତା ନୌସେନାକୁ ଆହୁରି ଶକ୍ତିଶାଳୀ କରିବ ବୋଲି ଆଶା କରାଯାଉଛି।
୧୯୮୭ ମସିହାରେ ନ୍ୟାସନାଲ ଡିଫେନ୍ସ ଏକାଡେମୀ (NDA)ରୁ ସଫଳତାର ସହ ଉତ୍ତୀର୍ଣ୍ଣ ହେବା ପରେ ସେ ଭାରତୀୟ ନୌସେନାରେ ଯୋଗ ଦେଇଥିଲେ। ଦୀର୍ଘ ତିନି ଦଶନ୍ଧିରୁ ଅଧିକ ସମୟ ଧରି ସେ ନୌସେନାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ସଫଳତାର ସହ କାର୍ଯ୍ୟ କରିଛନ୍ତି।
Comments ସମସ୍ତ ମତାମତ