Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ମମତାଙ୍କୁ ଚିଠି ଲେଖିଲେ ନବୀନ

    Share on :
    ajab-Image
    Date: Jul 27, 2024    Views: 3327

    ଭୁବନେଶ୍ବର : ପଶ୍ଚିମବଙ୍ଗ ସରକାର ଆଳୁ ଟ୍ରକ୍‌ ଫେରାଇ ନେବା ପରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ  ପଟ୍ଟନାୟକ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖି ଆଳୁ ଯୋଗାଇଣ ସ୍ୱାଭାବିକ ପାଇଁ ଅନୁରୋଧ କରିଛନ୍ତି।
    ନବୀନ ମମତାଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟରେ ଆଳୁ ଦର ବଢିଥିବା ବେଳେ ସୀମାନ୍ତ ଲକ୍ଷ୍ମଣନାଥ ଟୋଲ ଗେଟ୍ ନିକଟରେ ଆପଣଙ୍କ ସରକାର ଆଳୁ ଟ୍ରକ୍‌ ଗୁଡିକୁ ରାଜ୍ୟରେ ଓଡ଼ିଶାରେ ପ୍ରବେଶ କରିବାକୁ ଦେଉନାହାନ୍ତି ବୋଲି  ମୁଁ ଗଣମାଧ୍ୟମରୁ ଜାଣିବାକୁ ପାଇଛି। ଆଳୁ ଏକ ଅତ୍ୟାବଶ୍ୟକ ଜିନିଷ ହୋଇଥିବାରୁ ଏହାର ଅଭାବରୁ କୃତ୍ରିମ ଦର ବଢ଼ିଛି। ଏଣୁ ଆପଣ ଆଳୁ ଯୋଗାଣ ସ୍ୱାଭାବିକ ପାଇଁ ହସ୍ତକ୍ଷେପ କଲେ ଓଡ଼ିଶାବାସୀ ଉପକୃତ ହେବେ। ଅତୀତରେ ଆପଣଙ୍କ ମହତ କାର୍ୟ୍ୟ ଆମ ରାଜ୍ୟକୁ ଉପକୃତ କରିଛି, ଏଣୁ ମଧ୍ୟ ହସ୍ତକ୍ଷେପ କରନ୍ତୁ ବୋଲି ନବୀନ କହିଛନ୍ତି।
    ନବୀନ ଆହୁରି ମଧ୍ୟ ଚିଠିରେ ଲେଖିଛନ୍ତି ଯେ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ସାଂସ୍କୃତିକ ସାମଞ୍ଜସ୍ୟ ରହିଛି । ଉଭୟ ରାଜ୍ୟର ଲୋକେ ଜଗନ୍ନାଥଙ୍କ ଭକ୍ତ। ଏଣୁ ଆଳୁ ଯୋଗାଣ ସ୍ୱାଭାବିକ ପାଇଁ ହସ୍ତକ୍ଷେପ କରିବାକୁ ମମତାଙ୍କୁ ଅନୁରୋଧ କରିଛନ୍ତି ନବୀନ ପଟ୍ଟନାୟକ।

    ସୂଚନାଯୋଗ୍ୟ ପଶ୍ଚିମବଙ୍ଗରେ ଶୀତଳଭଣ୍ଡାର ମାଲିକଙ୍କ ଧର୍ମଘଟ ପାଇଁ ଏବେ ଓଡ଼ିଶାରେ ଆଳୁ ସଂକଟ ଦେଖାଦେଇଛି। ଏଥିପାଇଁ ହଠାତ ଆଳୁଦର ଆଜି ବସ୍ତା ପ୍ରତି ୫୦୦ ଟଙ୍କା ବଢ଼ିଛି। ଖୁଚୁରା ବଜାରରେ ଆଳୁ କିଲୋ ୪୦ରୁ ୪୫ ଟଙ୍କାରେ ବିକ୍ରି ହେଉଛି। ଯଦି ଏହି ସ୍ଥିତି ଲାଗି ରହେ, ତା’ହେଲେ ଆଗକୁ ଆହୁରି ସଂକଟ ସୃଷ୍ଟି ହେବ, ଏଥିରେ ସନ୍ଦେହ ନାହିଁ।

    Maximum 500 characters

    ରାଜନୀତି View all

    Find Us on Facebook