Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ସୋଏବଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

    Share on :
    ajab-Image
    Date: Oct 18, 2020    Views: 3798

    ଭୁବନେଶ୍ୱର: ଏନଇଇଟି ଟପ୍ପର ସୋଏବ ଅଫତାବଙ୍କ ସହ ଫୋନରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସୋଏବଙ୍କୁ ଶୁଭେଚ୍ଛା ଓ ଅଭିନ୍ଦନ ଜଣାଇଛନ୍ତି ।  ଏଥିସହ  ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସୋଏବଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।  ଅନ୍ୟପକ୍ଷରେ ସୋଏବ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି । 

    ମେଡିକାଲ ପ୍ରବେଶିକା ପରୀକ୍ଷା-ନିଟ୍-୨୦୨୦ରେ ଟପ୍ପର ହୋଇଥିବା ଓଡିଶାର ସୁନା ପୁଅ ସୋଏବ, ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷାରେ ଶତପ୍ରତିଶତ ନମ୍ବର ରଖି ହୋଇଛନ୍ତି ଟପ୍ପର । ସେ  ନିଟରେ ମୋଟ ୭୨୦ ନମ୍ବରରୁ ୭୨୦ ନମ୍ବର ରଖିଛନ୍ତି । ତେବେ ବାୟୋଲୋଜିରେ ୩୬୦ ନମ୍ବର, ଫିଜିକ୍ସରେ ୧୮୦ ଏବଂ କେମେଷ୍ଟ୍ରିରେ ମଧ୍ୟ ଫୁଲ ମାର୍କ ୧୮୦ ରଖିଛନ୍ତି । ଆଉ ସବୁଠାରୁ ବଡ଼ କଥା ହେଉଛି, ନିଟ୍ ପରୀକ୍ଷା ଇତିହାସରେ ପ୍ରଥମ ଥର ପାଇଁ ସେ ଏହି ବଡ଼ ସଫଳତା ହାସଲ କରିଛନ୍ତି । 

    Maximum 500 characters

    ତାଜା ଖବର View all

    Find Us on Facebook