ମୁଖ୍ୟ ଖବର
ଭୁବନେଶ୍ୱର: ନବୀନଙ୍କୁ ଭେଟିବେ ମମତା । ୨୧ ତାରିଖରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଆସିବେ । ୨୨ ତାରିଖରେ ପୁରୀ ଶ୍ରୀମନ୍ଦିର ଯାଇ ଦର୍ଶନ କରିବେ । ଏହାପରେ ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟିଏମସି ସୁପ୍ରିମୋ ଭେଟିବାର କାର୍ୟ୍ୟକ୍ରମ ରହିଛି ।
ସୂଚନା ମୁତାବକ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଶୁକ୍ରବାର ଭେଟିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ଏହାପରେ ମମତାଙ୍କ ଓଡିଶା ଗସ୍ତ ବାବଦରେ ସୂଚନା ମିଳିଛି । କୁହାଯାଉଛି କଂଗ୍ରେସକୁ ବାଦ୍ ଦେଇ ଅନ୍ୟ ଦଳକୁ ଏକାଠି କରି ଏକ ତୃତୀୟ ସାମୁଖ୍ୟ ଗଠନ କରିବାକୁ ଅଖିଳେଶ ଏବଂ ମମତା ରାଜି ହୋଇଛନ୍ତି । ଆଉ ଏହି ସାମ୍ମୁଖ୍ୟରେ ନବୀନଙ୍କୁ ସାମିଲ କରିବାକୁ ଦେଶର ପ୍ରମୁଖ ନେତା ଯୋଜନା କରୁଛନ୍ତି ।
୨୦୨୪ ସାଧାରଣ ନିର୍ବାଚନକୁ ଆଉ ଗୋଟିଏ ବର୍ଷ ରହିଥିବାବେଳେ ତୃତୀୟ ସାମୁଖ୍ୟ ଗଠନ ପାଇଁ ଉଦ୍ୟମ ଆରମ୍ଭ ହୋଇଯାଇଛି । ନବୀନ ପଟ୍ଟନାୟକଙ୍କୁ ସାକ୍ଷାତର ଏଜେଣ୍ଡା ଜଣାପଡ଼ିନଥିଲେ ବି ସେ ତୃତୀୟ ସାମୁଖ୍ୟ ସଂପର୍କରେ ଆଲୋଚନା କରିପାରନ୍ତି ବୋଲି କୁହାଯାଉଛି ।
Comments ସମସ୍ତ ମତାମତ