Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ବିଜୁ ବାବୁ ଥିଲେ ସୁବର୍ଣ୍ଣ ସେତୁ : ନବୀନ

    Share on :
    ajab-Image
    Date: Mar 6, 2026    Views: 2676

    ଭୁବନେଶ୍ୱର: ରାଜ୍ୟ ବିଜେଡି କାର୍ୟ୍ୟାଳୟରେ ଗୁରୁବାର ମହାନ ଜନନାୟକ ବିଜୁ ବାବୁଙ୍କ ଜନ୍ମ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଜୁ ପଟ୍ଟନାୟକଙ୍କ ଫଟୋଚ୍ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

    ସେ ଏହି ଅବସରରେ କହିଛନ୍ତି , ବିଜୁ ବାବୁ ଥିଲେ ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ ଭବିଷ୍ୟତ ମଧ୍ୟରେ ସୁବର୍ଣ୍ଣ ସେତୁ । ସେ କେବଳ ଆମ ଅତୀତ ଗୌରବକୁ ନେଇ ଗର୍ବ କରୁ ନ ଥିଲେ । ଆମର ଉତ୍ତର ପୀଢ଼ି ପାଇଁ ଏକ ସମୃଦ୍ଧ ଭବିଷ୍ୟତର ଯୋଜନା ମଧ୍ୟ କରିଥିଲେ । ବିଜୁ ବାବୁ କେବଳ ଜଣେ ରାଜନେତା ନ ଥିଲେ। ସେ ଥିଲେ ଓଡ଼ିଶାବାସୀଙ୍କ ଭାବାବେଗ ସହ ଜଡ଼ିତ ଥିଲେ । ଓଡିଆ ସ୍ୱାଭିମାନ ଥିଲା ତାଙ୍କର ସବୁଠାରୁ ବଡ଼ ଶକ୍ତି ।

    ଓଡ଼ିଶାର ବିକାଶଠାରୁ ଆରମ୍ଭ କରି ମହିଳା ସଶକ୍ତିକରଣ ତଥା ପଞ୍ଚାୟତିରାଜ ବ୍ୟବସ୍ଥାକୁ ତାଙ୍କର ଅବଦାନକୁ କେହି ଭୁଲିପାରିବେ ନାହିଁ । ଲୋକଙ୍କ ଶକ୍ତିକୁ ସମ୍ମାନ ଦେଉଥିବା ନେତା ହିଁ ପଂଚାୟତିରାଜ ବ୍ୟବସ୍ଥାକୁ ମଜବୁତ କରିପାରିବ । ପଂଚାୟତିରାଜ ବ୍ୟବସ୍ଥା ଦୁର୍ବଳ ହେଲେ ଲୋକଙ୍କ ଭରସା ମଧ୍ୟ ନଷ୍ଟ ହୋଇଥାଏ ।

    ବିଜୁ ବାବୁଙ୍କ ଆଦର୍ଶରେ ବିଜୁ ଜନତା ଦଳ ପଂଚାୟତି ରାଜ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା ପାଇଁ ଜନ ସଚେତନା ସୃଷ୍ଟି କରିବ । ତାହା ହିଁ ହେବ ବିଜୁ ବାବୁଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି । ସକାଳେ ବିଜୁ ଜନତା ଦଳ ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଭୁବନେଶ୍ୱର ବିଜୁ ପଟ୍ଟନାୟକ ପାର୍କକୁ ଯାଇ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook