Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ୯ରେ ଉପରାଷ୍ଟ୍ରପତି ନିର୍ବାଚନ: ନବୀନଙ୍କ ଉପରେ ରହିଛି ସମସ୍ତଙ୍କ ନଜର

    Share on :
    ajab-Image
    Date: Sep 7, 2025    Views: 3084

    ଭୁବନେଶ୍ବର: ଆସନ୍ତା ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି କି ଭୂମିକା ଗ୍ରହଣ କରିବ, ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଏହି ନିର୍ବାଚନରେ ବିଜେଡି ଏନ୍‌ଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବ ନା ଇଣ୍ଡି ମେଣ୍ଟ ପ୍ରାର୍ଥୀଙ୍କୁ ସମର୍ଥନ କରିବ ଅବା ଭୋଟ୍‌ଦାନରୁ ବିରତ ରହିବ ସେନେଇ କି ନିଷ୍ପତ୍ତି ନେଉଛନ୍ତି ଦଳ ସଭାପତି ନବୀନ ପଟ୍ଟନାୟକ, ତାହା ଉପରେ ରହିଛି ସମସ୍ତଙ୍କ ନଜର। ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେବା ଲାଗି ପ୍ରଥମେ ବିଜେପିର ବରିଷ୍ଠ ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନବୀନ ପଟ୍ଟନାୟକଙ୍କୁ ଫୋନ୍ ଯୋଗେ ଅନୁରୋଧ କରିଥିଲେ। କିନ୍ତୁ ସେତେବେଳେ ନବୀନ କିଛି ନିଷ୍ପତ୍ତି ଜଣାଇନଥିଲେ। ଏଣେ ଗତକାଲି ବିଜେଡି ରାଜନୈତିକ ବ୍ୟାପାର କମିଟିର ସଦସ୍ୟମାନଙ୍କ ସହ ଆଲୋଚନା କରିବା ପରେ ପରେ ନବୀନ କହିଛନ୍ତି ଯେ କାହାକୁ ସମର୍ଥନ କରିବା କି ନାହିଁ ଖୁବ୍‌ଶୀଘ୍ର ଜଣାଇଦେବି।
    ଆଜିଠୁ ୪ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ନବୀନ। ଏନ୍‌ଡିଏ ପ୍ରାର୍ଥୀଙ୍କୁ ସମର୍ଥନ ନକରିବାକୁ ନବୀନଙ୍କ ଉପରେ ଚାପ ପଡ଼ୁଥିବାରୁ ନବୀନ ଏନେଇ ବିଜେପିର କେତେକ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିପାରନ୍ତି। ଖାଲି ସେତିକି ନୁହେଁ, ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ମୋଦୀ-ନବୀନଙ୍କ ଭେଟଘାଟ ପରେ ବିଜେଡିର ମନୋଭାବ ସ୍ପଷ୍ଟ ହୋଇପାରେ ବୋଲି କୁହାଯାଉଛି। ଆଗରୁ ନବୀନ ଏକାଧିକ ବାର ଏନଡିଏରେ ନ ଥାଇ ବି ଓଡ଼ିଶାର ସ୍ବାର୍ଥକୁ ଆଖି ଆଗରେ ରଖି ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିଥିବାର ନଜିର ରହିଛି।  ତେଣେ ନବୀନ ପଟ୍ଟନାୟକ ନିଜ ଦଳର ସାଂସଦମାନଙ୍କ ସହ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି କି ଭୂମିକା ନେଇ ଆଲୋଚନା କରିପାରନ୍ତି। ଯଦିଓ ଦଳର ଅଧିକାଂଶ ନେତା ଉଭୟ ଏନଡିଏ ଓ ଇଣ୍ଡି ମେଣ୍ଟ ପ୍ରାର୍ଥୀଙ୍କୁ ଭୋଟ୍ ନ ଦେବା ସପକ୍ଷରେ ଅଛନ୍ତି, ତଥାପି ନବୀନ କି ନିଷ୍ପତ୍ତି ନେଉଛନ୍ତି, ତାହା ଦେଖିବା ସବୁଠାରୁ ରୋଚକ ହେବ।

    Maximum 500 characters

    ରାଜନୀତି View all

    Find Us on Facebook