Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବିରୋଧୀ ଦଳ ନେତାଙ୍କୁ ଭେଟିଲେ ପୁରୀ ଛତିଶା ନିଯୋଗ ସେବାୟତ

    Share on :
    ajab-Image
    Date: Jun 18, 2025    Views: 2874

     ଭୁବନେଶ୍ୱର :ପୁରୀ ଛତିଶା ନିଯୋଗ ସେବାୟତ ମାନଙ୍କର ଏକ ପ୍ରିତିନିଧି ଦଳ  ବିରୋଧୀ ଦଳ ନେତା  ନବୀନ ପଟ୍ଟନାୟକଙ୍କୁ ତାଙ୍କ ବାସଭବନ ନବୀନ ନିବାସରେ ଭେଟିଥିଲେ । ଏହି ସାକ୍ଷାତ ସମୟରେ ସେମାନେ ଶ୍ରୀମନ୍ଦିରର ତଥା ପୁରୀ ସହରର ବିକାଶ ପାଇଁ ନବୀନ ପଟ୍ଟନାୟକ ସରକାର ସମୟରେ ହୋଇଥିବା ବିଭିନ୍ନ କାର୍ୟ୍ୟ ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଥିଲେ । ‘ପୁରୀ ଆପଣ ବହୁତ କିଛି କରିଛନ୍ତି । ରଥଯାତ୍ରାକୁ ନିଶ୍ଚୟ ଆସିବେ’ ବୋଲି ସେବାୟତମାନେ ଶ୍ରୀ ପଟ୍ଟନାୟକଙ୍କୁ ଆମନ୍ତ୍ରଣ କରିଥିଲେ ।

    ଜୁନ ୨୭ ତାରିଖରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ ଭାବରେ ପାଳନ କରିବା ପାଇଁ ଶ୍ରୀ ପଟ୍ଟନାୟକ ସେବାୟତ ମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ସାକ୍ଷାତ ସମୟରେ ସାଂସଦ ଶ୍ରୀ ଶୁଭାଶୀଷ ଖୁଣ୍ଟିଆ ଉପସ୍ଥିତ ଥିଲେ ।

    ଅନମାନଙ୍କ ମଧ୍ୟରେ ସର୍ବଶ୍ରୀ ସାଇନା ଖୁଣ୍ଟିଆ, ଗୌରହରି ପ୍ରଧାନ, ଲୋକନାଥ ମହାସୁଆର, ରବିଶଙ୍କର ପଢିଆରୀ, କାଶୀନାଥ ମହାସୁଆର, ଦାମୋଦର ପ୍ରତିହାରୀ, ହରିଆ ସୁଆର, ଅସିତ୍‌ ମେକାପ, କୃଷ୍ଣଚନ୍ଦ୍ର ଗୋଚ୍ଛିକାର ଓ ଜମେଶ୍ୱର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

    Maximum 500 characters

    ତାଜା ଖବର View all

    Find Us on Facebook