Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ନବୀନ ୯ମ ଥର ବିଜେଡି ସଭାପତି ନିର୍ବାଚିତ

    Share on :
    ajab-Image
    Date: Apr 20, 2025    Views: 3297

     ଭୁବନେଶ୍ୱର: ନବମଥର ପାଇଁ ବିଜେଡିର ରାଜ୍ୟ ସଭାପତି ହେଲେ ନବୀନ ପଟ୍ଟନାୟକ ।  ନବୀନଙ୍କ ବ୍ୟତୀତ ଦଳର ଅନ୍ୟ କେହି ନାମାଙ୍କନ ଦାଖଲ କରିନଥିବାରୁ ପୁଣି ଥରେ ନବୀନ ନିଦ୍ୱର୍ନ୍ଦ୍ୱରେ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଶନିବାର ବିଧିବଦ୍ଧ ଭାବେ ନାଁ ଘୋଷଣା କରିଛନ୍ତି ନିର୍ବାଚନ ଅଧିକାରୀ ପ୍ରତାପ ଦେବ । ସଭାପତି ହେବା ପରେ ନବୀନଙ୍କୁ ବହୁ ନେତା ଏବଂ କର୍ମୀମାନେ ଶୁଭେଛା ଓ ଶୁଭକାମନା ଜଣାଇଛନ୍ତି । ସଭାପତି ହେବା ପରେ ନବୀନ ନିଜର ନୂଆ ଟିମ ଗଢିବେ  । ରାଜ୍ୟ କାର୍ଯ୍ୟକାରିଣୀ ଗଠନ କରିବା ପରେ ଦଳର ଛାମୁଆ ସଙ୍ଗଠନ ମହିଳା, ଯୁବ ଓ ଛାତ୍ର ସଂଗଠନକୁ ନୂଆରୂପ ଦିଆଯିବ ।
    ବିଜେଡି ପ୍ରତିଷ୍ଠାତା ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରମାଗତ ନବମଥର ପାଇଁ ଦଳର ସଭାପତି ମନୋନୀତ ହୋଇଛନ୍ତି  । ଶଙ୍ଖଭବନରେ ଦଳର ବିଭିନ୍ନ ଜିଲ୍ଲା ଓ ରାଜ୍ୟସ୍ତରୀୟ ନେତାମାନଙ୍କ ଉପସ୍ଥିତିରେ ଦଳର ରିଟର୍ଣ୍ଣିଂ ଅଫିସର ପ୍ରତାପ କେଶରୀ ଦେବ ସଭାପତି ଭାବେ ନବୀନଙ୍କ ନାମ ଘୋଷଣା କରିଛନ୍ତି  । ବିଜେଡି କ୍ଷମତାରୁ ଯିବାପରେ ପ୍ରଥମଥର ପାଇଁ ଅନୁଷ୍ଠିତ ସାଂଗଠନିକ ନିର୍ବାଚନରେ ନବୀନଙ୍କୁ ସଭାପତି ଭାବେ ଚୟନ କରାଯାଇଛି  । ବିଜେଡି ଗଠନ ପରଠୁ ନବୀନ ନିଦ୍ୱନ୍ଦ୍ୱରେ ଦଳର ସଭାପତି ହେଉଛନ୍ତି  । ଯଦିଓ ପୂର୍ବର ନିର୍ବାଚନବେଳେ ରିଟର୍ଣ୍ଣିଂ ଅଧିକାରୀ ନିଜେ ‘ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ’ଙ୍କ ନାଁ ଘୋଷଣା କରିଥାନ୍ତି  । ଦଳୀୟ ସମ୍ବିଧାନ ଅନୁସାରେ, ରାଜ୍ୟ କାର୍ଯ୍ୟକାରିଣୀରେ ସାମିଲ ହେବାକୁ ଥିବା ପ୍ରତ୍ୟେକ ପ୍ରାର୍ଥୀ ନିଜର ଜଣେ ପ୍ରସ୍ତାବକ ଓ ଜଣେ ସମର୍ଥକଙ୍କୁ ଦସ୍ତଖତରେ ‘ନାମାଙ୍କନ ପତ୍ର’ ଦାଖଲ କରିବାର ପ୍ରାବଧାନ ରହିଛି  । ମାତ୍ର ଚଳିତଥର ସେଭଳି କିଛି ନକରି ପ୍ରକ୍ରିୟା ଶେଷ ହୋଇଥିବା ଜଣାପଡିଛି  ।
    ସଭାପତି ନିର୍ବାଚିତ ହେବାପରେ ନବୀନ ଦଳୀୟ ନେତା ଓ କର୍ମୀଙ୍କୁ ଉଦ୍ବୋଧନ ଦେଇ କହିଥିଲେ ଯେ, ବିଜୁ ଜନତା ଦଳର ସଭାପତି ଭାବରେ ଦଳର ସେବା କରିବା ପାଇଁ ମୋତେ ପୁଣି ଥରେ ସୁଯୋଗ ଦେଇଥିବାରୁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଜଣାଉଛି  । ଆପଣମାନଙ୍କ ଏହି ଭଲ ପାଇବା ମୋତେ ସବୁବେଳେ ଆପଣମାନଙ୍କ ନିକଟରେ ରୁଣୀ କରିରଖିଛି  । ଏହି ଅବସରରେ ଆମର ପ୍ରିୟ ନେତା ବିଜୁ ପଟ୍ଟନାୟକଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି  । ବିଜୁ ବାବୁଙ୍କ ଆଦର୍ଶ ସବୁବେଳେ ଆମକୁ ବାଟ ଦେଖାଇଆସିଛି  ।  ଆଜି ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ମୁଁ ଆପଣମାନଙ୍କୁ ସ୍ୱାଗତ କରୁଛି  । ଆମର ନିର୍ବାଚିତ ଜିଲା ସଭାପତି, ରାଜ୍ୟ ଏକଜିକୁ୍ୟଟିଭ ମେମ୍ବେର ଓ ଅନ୍ୟ ନିର୍ବାଚିତ ବନ୍ଧୁମାନଙ୍କୁ ମୂଁ ଅଭିନନ୍ଦନ ଜଣାଉଛି  ।  ଓଡିଶାବାସୀଙ୍କ ଆଶୀର୍ବାଦରେ ବିଜୁ ଜନତା ଦଳ ୨୦୦୦ରୁ ୨୦୨୪ ପର୍ଯ୍ୟନ୍ତ ଓଡିଶା ମା’ ର ସେବାର ସୁଯୋଗ ପାଇଥିଲା  । ଏହି ସମୟ ଥିଲା ଓଡିଶା ବିକାଶର ସୁବର୍ଣ୍ଣ ଯୁଗ  । ବିଭିନ୍ନ କ୍ଷେତ୍ରରେ ଚସକ୍ଟଦ୍ଭରରକ୍ସସଦ୍ଭଶ ଜକ୍ଟକ୍ଷର ପାଇଁ ଓଡିଶା ଅନ୍ୟ ରାଜ୍ୟ ପାଇଁ ଆଦର୍ଶ ହୋଇଥିଲା  ।
      ବିଜୁ ଜନତା ଦଳର ଅର୍ଗାନାଇଜେନାଲ ଷ୍ଟ୍ରେନ୍ଥକୁ କେହି ଅଣ୍ଡର ଏଷ୍ଟିମେଟ୍ କରିବା ଉଚିତ ନୁହେଁ  । ଆମର ପ୍ରତି କର୍ମୀ ଭାଇ ଭଉଣୀମାନଙ୍କ ଜୋସ୍ ବହୁତ ଉଚ୍ଚା ଅଛି  । ସେହିମାନେ ହିଁ ହେଉଛନ୍ତି ଆମ ଦଳର ସମ୍ପତ୍ତି । ଆମର ନୀତି ଓ ଆଦର୍ଶ ହେଉଛି ଆମର ଶକ୍ତି  । ସରକାରରେ ରହେ ବା ନ ରହେ, ବିଜୁ ଜନତା ଦଳ ସବୁବେଳେ ଓଡିଶାବାସୀଙ୍କ ସେବା କରି ଚାଲିଛି ଏବଂ କରି ଚାଲିବ  । ଓଡିଶାବାସୀଙ୍କ ଋଜ୍ଞକ୍ଟ୍ରକ୍ଟଙ୍ଗରକ୍ସଜ୍ଞରଦ୍ଭଗ୍ଧ ଆମର ୠକ୍ଟମଙ୍କଗ୍ଦ  । ମହିଳା, ଚାଷୀ, ଯୁବ ସମାଜ, ଶ୍ରମିକ ଓ ଜନଜାତି ସମସ୍ତଙ୍କ ଋଜ୍ଞକ୍ଟ୍ରକ୍ଟଙ୍ଗରକ୍ସଜ୍ଞରଦ୍ଭଗ୍ଧ ଆମର ଫୋକସ  । ଆଞ୍ଚଳିକ ବିକାଶ ଆମର ଫୋକସ୍  । ଓଡିଶାର ସ୍ୱାର୍ଥ ଓ ସ୍ୱାଭିମାନ ସାଥୀରେ ବିଜେଡି ସବୁବେଳେ ଯୋଡି ହୋଇ ରହିଛି ଓ ରହିବ  । ଓଡିଶାର ହକ୍ ପାଇଁ ଆମର ଲଢେଇ ଜାରି ରହିବ  । ଓଡିଆ ସ୍ୱାଭିମାନ ଓ ଓଡିଶାଙ୍କ ସ୍ୱାର୍ଥ ଆମ ପାଇଁ ସବୁଠାରୁ ଉପରେ  ।  ବିଜୁ ଜନତା ଦଳ ସବୁବେଳେ ତାର ଆଦର୍ଶରେ ଦୃଢ ରହିଛି ଓ ରହିବ  । ବିଜେଡିର କର୍ମୀ, ଭାଇ ଭଉଣୀ ମାନଙ୍କ ଉପରେ ମୋର ପୁରା ଭରସା ଅଛି  । ସେମାନେ ହିଁ ମିଛ ପ୍ରଚାରର ଉଚିତ୍ ଜବାବ ଦେବେ  ।  ଓଡିଶାର ସବୁ ଗାଁ, ସବୁ ସହରରେ ଆମର ସେବାର ବାର୍ତ୍ତା ପହଞ୍ଚାଇବେ ବୋଲି ନବୀନ କହିଥିଲେ ।

    Maximum 500 characters

    ରାଜନୀତି View all

    Find Us on Facebook