ମୁଖ୍ୟ ଖବର
ଭୁବନେଶ୍ୱର: ନବୀନଙ୍କ ନବମ ପାଳି। ପୁଣି ଥରେ ବିଜେଡି ମଙ୍ଗ ଧରିଲେ ନବୀନ। ବିଜେଡି ସଭାପତି ଭାବେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହେଲେ ନବୀନ ପଟ୍ଟନାୟକ। ଶନିବାର ବିଧିବଦ୍ଧ ଭାବେ ବିଜେଡି ସଭାପତିଙ୍କ ନାମ ଘୋଷଣା କରାଯାଇଛି। ବିଜେଡି ସାଙ୍ଗଠନିକ ନିର୍ବାଚନରେ ନବୀନ ନିର୍ବାଚିତ ହୋଇଛନ୍ତି।
ତେବେ ନିର୍ବାଚିତ ହେବା ପରେ ନବୀନ ପଟ୍ଟନାୟକ କହିଛନ୍ତି, ୨୦୦୦-୨୦୨୪ ଥିଲା ଓଡ଼ିଶା ବିକାଶର ସୁବର୍ଣ୍ଣ ଯୁଗ। ବିଜେଡି ସବୁବେଳେ ରାଜ୍ୟବାସୀଙ୍କ ସେବା କରିଚାଲିଛି। ଓଡ଼ିଶାର ହକ୍ ପାଇଁ ଲଢ଼େଇ ଜାରି ରହିବ। ୨୪ ନିର୍ବାଚନରେ ଆମେ କମ ମାର୍ଜିନରେ ହାରିଛୁ। ମିଥ୍ୟା ପ୍ରଚାରକୁ ଠିକରେ କାଉଣ୍ଟର କରିପାରି ନଥିଲୁ। ସୋସିଆଲ ମିଡିଆରେ ଠିକରେ କାଉଣ୍ଟର କରିପାରିନଥିଲୁ। ବିଜେଡି ଭାଇ ଓ ଭଉଣୀଙ୍କ ଉପରେ ପୂରା ଭରସା ଅଛି। ସେମାନେ ମିଥ୍ୟା ପ୍ରଚାରର ଉଚିତ ଜବାବ ଦେବେ।
ଏଥିସହ ଓଡିଶା ଅନେକ ରାଜ୍ୟ ପାଇଁ ରୋଲ ମଡେଲ ମଧ୍ୟ ସାଜିଛି ଯାହା ଆମ ପାଇଁ ଗୌରବର କଥା । ବିଜୁ ଜନତା ଦଳର ସାଙ୍ଗଠନିକ ଦଳକୁ କେହି ନୀଚ୍ଚ ମଣିବା ମଧ୍ୟ ଉଚିତ ନୁହେଁ । କାମ କରିବା ପାଇଁ ଆଜି ବି ଆମ ଦଳ ଏକାଠି ରହିଛି ସମସ୍ତ ସକ୍ରିୟ କର୍ମୀ ପାଇଁ ବିଜୁ ଜନତା ଦଳ ସବୁବେଳେ ଥିଲା ସବୁବେଳେ ରହିଛି ବୋଲିନବୀନ ପଟ୍ଟନାୟକ କହିଛନ୍ତି।
Comments ସମସ୍ତ ମତାମତ