Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ପାଣ୍ଡିଆନ ଭଲ କାମ କରିଛନ୍ତି, ତାଙ୍କୁ ବଦନାମ୍ କରାନଯାଉ: ନବୀନ

    Share on :
    ajab-Image
    Date: Apr 10, 2025    Views: 3370

    ଭୁବନେଶ୍ବର : ପୂର୍ବତନ ୫-ଟି ଅଧ୍ୟକ୍ଷ ଥିବା ଭିକେ ପାଣ୍ଡିଆନଙ୍କ ସପକ୍ଷରେ ମୁହଁ ଖୋଲିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପାଣ୍ଡିଆନଙ୍କୁ ଟାର୍ଗେଟ୍ କରୁଥିବା ନେତାଙ୍କୁ ନବୀନ କଡ଼ା ଜବାବ ଦେଇଛନ୍ତି । ନବୀନ ନିବାସରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ‘ଭିକେ ପାଣ୍ଡିଆନ କେବଳ ଦଳ ପାଇଁ ନୁହେଁ ବରଂ ରାଜ୍ୟ ପାଇଁ ମଧ୍ୟ ଅନେକ କାମ କରିଛନ୍ତି । ତାଙ୍କୁ କୌଣସି ପ୍ରକାର ବଦନାମ କରାଯିବା ଉଚିତ୍ ନୁହେଁ । ସେ ପ୍ରାୟ ୧୦ ମାସ ତଳୁ ପାର୍ଟି ଛାଡ଼ି ସାରିଛନ୍ତି । ସେ କୌଣସି ଦଳୀୟ କାର୍ୟ୍ୟରେ ସାମିଲ ନାହାନ୍ତି । ଦଳୀୟ କାର୍ୟ୍ୟକ୍ରମରେ ତାଙ୍କର କୌଣସି ଭୂମିକା ନାହିଁ। ଏହା ସହିତ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପାଣ୍ଡିଆନଙ୍କୁ ସମାଲୋଚନା କରିଥିବା ପ୍ରଭାତ ତ୍ରିପାଠୀଙ୍କ ପ୍ରତି କଡ଼ା ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ପ୍ରଭାତ ତ୍ରିପାଠୀ ପୂର୍ବରୁ ଦଳରୁ ବିଦା ହୋଇଥିଲେ । ଚିଟଫଣ୍ଡ ମାମଲାରେ ପୂର୍ବରୁ ପ୍ରଭାତ ଜେଲ୍‌ ଯାଇଛନ୍ତି । ପ୍ରଭାତ ତ୍ରିପାଠୀ ବିଜେଡିର କିଛି ନୁହଁନ୍ତି ବୋଲି ସେ କହିଛନ୍ତି । ଅନ୍ୟପଟେ ଆଜି ବିଜେଡି ପକ୍ଷରୁ ବିଭିନ୍ନ ହୋଟେଲରେ ବସିଥିବା ନେତାଙ୍କ ବୈଠକକୁ ନାପସନ୍ଦ କରିଛନ୍ତି ନବୀନ । ବୈଠକ ପାଇଁ ଶଙ୍ଖଭବନ ଥିବା ସେ କହିଛନ୍ତି ।

    Maximum 500 characters

    ରାଜନୀତି View all

    Find Us on Facebook