Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଘରକରଣ

ମୁଖ୍ୟ ଖବର

    ପୁରୀରେ ମୁଖ୍ୟମନ୍ତ୍ରୀ

    Share on :
    ajab-Image
    Date: Jan 17, 2024    Views: 2702

    ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ ପହଞ୍ଚିଛନ୍ତି । ହ୍ୟାଲିପ୍ୟାଡରେ ପହଞ୍ଚିବା ପରେ ସେ ସିଧା ପୁରୀ ବଡ଼ଦାଣ୍ଡ ଯାଇଥିଲେ । ପରେ ଏକ ବ୍ୟାଟେରୀ ଚାଳିତ ଗାଡ଼ିରେ ଲୋକାର୍ପଣ ଉତ୍ସବକୁ ଯାଇଛନ୍ତି ।

    ପ୍ରକଳ୍ପ ପ୍ରତିଷ୍ଠା ମହାଯଜ୍ଞରେ ବିଭିନ୍ନ କର୍ମ ଓ ପୂଜା ସହିତ ଆହୁତି ପ୍ରଦାନ କରାଯାଉଛି । ଯଜ୍ଞ ଶେଷରେ ପୂର୍ଣ୍ଣାହୁତି ପ୍ରଦାନ କରିବେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଯଜ୍ଞ ଓ ଭକ୍ତିପୂତ ପରିବେଶରେ ସଂକୀର୍ତ୍ତନ ମଣ୍ଡଳୀଙ୍କ ପରିକ୍ରମା ମାର୍ଗ ପ୍ରଦକ୍ଷିଣ, ଜଗନ୍ନାଥ ଧାମ ପ୍ରତି ଆହୁରି ଆବେଗ ବଢ଼ାଇ ଦେଇଛି । ଶ୍ରୀମନ୍ଦିର ପରିକର୍ମା ପ୍ରକଳ୍ପ ପ୍ରତିଷ୍ଠା ମହାଯଜ୍ଞରେ ପୂର୍ଣ୍ଣାହୁତି ଓ ଲୋକାର୍ପଣ ମହୋତ୍ସବ ପାଇଁ ଶ୍ରୀକ୍ଷେତ୍ର ଲୋକାରଣ୍ୟ ହୋଇଛି । ଅପରାହ୍ନ ୧ଟା ୧୫ରୁ ୧ଟା ୩୦ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ପରିକ୍ରମା ପ୍ରକଳ୍ପର ଫଳକ ଉନ୍ମୋଚନ କରାଯିବ ।

    Maximum 500 characters

    ଘରକରଣ View all

    Find Us on Facebook