Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଫିଫା ଟ୍ୟାଲେଣ୍ଟ ଏକାଡେମୀ; ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

    Share on :
    ajab-Image
    Date: Nov 21, 2023    Views: 2989

    ଭୁବନେଶ୍ୱର: ଭୁବନେଶ୍ୱରରେ ଦେଶର ପ୍ରଥମ ଏଆଇଏଫ୍‌ଏଫ୍‌-ଫିଫା ଟ୍ୟାଲେଣ୍ଟ ଏକାଡେମୀର ଶୁଭ ଉଦ୍‌ଘାଟନ ହେବ । ମୁଖ୍ୟମନ୍ତ୍ରୀ ନବୀନ  ପଟ୍ଟନାୟକ ଏହାର ଲୋକାର୍ପଣ କରିବେ । ଏହି କାର୍ୟ୍ୟକ୍ରମରେ ଫିଫାର ଗ୍ଲୋବାଲ ଫୁଟବଲ ଡେଭଲପମେଣ୍ଟର ମୁଖ୍ୟ ଆର୍ସେନ୍‌ ୱିଙ୍ଗର,  ରାଜ୍ୟ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଏବଂ ସର୍ବଭାରତୀୟ ଫୁଟବଲ୍‌ ସଂଘର  ସଭାପତି କଲ୍ୟାଣ ଚୌବେ ଉପସ୍ଥିତ ରହିବେ । 

    ଏନେଇ ୱିଙ୍ଗର ଓ ଚୌବେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ସେମାନେ ଭୁବନେଶ୍ୱର  ବିମାନବନ୍ଦରରେ ପହଞ୍ଚିବା ପରେ କ୍ରୀଡ଼ା ସଚିବ ଆର. ଭିନିଲ କ୍ରିଷ୍ଣା ଉଭୟଙ୍କୁ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ ।  ଦେଶରେ ଏକ ବିଶ୍ୱସ୍ତରୀୟ  ଏକାଡେମୀ ପ୍ରତିଷ୍ଠା ନେଇ ସର୍ବଭାରତୀୟ ଫୁଟବଲ ସଂଘ  (ଏଆଇଏଫ୍‌ଏଫ୍‌) ଯେଉଁ  ପ୍ରୟାସ ଜାରି ରଖିଥିଲା ତାହା  ଶେଷରେ ସଫଳ ହେବାକୁ ଯାଉଛି । ଏଆଇଏଫ୍‌ଏଫ୍‌ର ଘୋଷଣା ପରେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ବେଶ୍‌ ଖୁସି  ପ୍ରକାଶ କରିଥିଲେ ।
    ମୁଖ୍ୟମନ୍ତ୍ରୀ ଟ୍ୱିଟ୍‌ କରି ଲେଖିଛନ୍ତି, ‘ଦେଶର ପ୍ରଥମ ଏଆଇଏଫ୍‌ଏଫ୍‌-ଫିଫା ଟ୍ୟାଲେଣ୍ଟ ଏକାଡେମୀ ଖୋଲିବା ପାଇଁ  ‘ଫିଫା’ ଭୁବନେଶ୍ୱରକୁ ଚୟନ କରିଥିବାରୁ ଆମେ ଗର୍ବିତ । ଏହି ଏକାଡେମୀରେ ଦେଶର  ପ୍ରତିଭାମାନଙ୍କୁ ନିଜ ପ୍ରତିଭା ପ୍ରସ୍ଫୁଟିତ କରିବାକୁ ସୁଯୋଗ ଦିଆଯିବ । କ୍ରୀଡ଼ାର  ବିକାଶ ନେଇ ଓଡ଼ିଶା ସରକାର ପ୍ରତିଶ୍ରୁତିବଦ୍ଧ  ଏବଂ ଆମେ ସର୍ବଭାରତୀୟ ଫୁଟବଲ ସଂଘ  ସହ ମିଳିତ ହୋଇ ଫୁଟବଲ ଖେଳାଳିଙ୍କ ପାଇଁ ଆବଶ୍ୟକ ଶ୍ରେଷ୍ଠ ସୁବିଧା ସୁଯୋଗ  ଯୋଗାଇ ଦେବା ଦିଗରେ କାର୍ୟ୍ୟ କରୁଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

    Maximum 500 characters

    ତାଜା ଖବର View all

    Find Us on Facebook