Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଯେ କୌଣସି ସମୟରେ ଭୋଟ୍ ପାଇଁ ଆମେ ପ୍ରସ୍ତୁତ:ନୀବନ

    Share on :
    ajab-Image
    Date: Sep 25, 2023    Views: 3554

    ଭୁବନେଶ୍ବର: ଭୁବନେଶ୍ୱରରେ ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ ପକ୍ଷରୁ ଆୟୋଜିତ ହୋଇଥିବା ’ଅ’ ଓଡ଼ିଶା ଲିଟେରାରୀ ଫେଷ୍ଟିଭାଲର ଉଦଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ବିଭିନ୍ନ ଉଦବୋଧନ ଦେଇଥିଲେ ।ଏହାପରେ ପ୍ରଖ୍ୟାତ ସାମ୍ବାଦିକ ପ୍ରଭୁ ଚାୱଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାକ୍ଷାତକାର ନେଇଥିଲେ । ଏହି ଅବସରରେ ସେ ମୁଖ୍ୟମନ୍ତ୍ରୀ ଅନେକ ପ୍ରଶ୍ନ ପଚାରିଥିଲେ । ପ୍ରଭୁ ଚାୱଲା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ଯେ ଆପଣ କେମିତି ଓଡ଼ିଶାରେ ଏତେ ଲୋକପ୍ରିୟ ହେଲେ । ଏହା ପଛର କାରଣ କଣ? ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଥିଲେ, ମୁଁ ଯେବେ ମୁଖ୍ୟମନ୍ତ୍ରୀ ହେଲି ସେବେ ଓଡ଼ିଶାରେ ଦାରିଦ୍ର୍ୟ ଚରମ ସୀମାରେ ଥିଲେ । ଦାରିଦ୍ର୍ୟ ଦୂରିକରଣ ମୋର ପ୍ରଥମ ସଂକଳ୍ପ ଥିଲା । ଯାହା କି ଏବେ ଅନେକ କମିଯାଇଛି । ଏହାପରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଜଳସେଚନ ଆଦି ଦିଗରେ କାର୍ୟ୍ୟ କରିଥିଲୁ । ୧୯୯୯ ମହାବାତ୍ୟା ଆମକୁ ଏକ ବଡ଼ ଶିକ୍ଷା ଦେଇଥିଲା । ଏହାପରେ ଆମେ ପ୍ରତି ପ୍ରାକୃତିକ ବିପର୍ୟ୍ୟୟକୁ ସଫଳତାର ସହ ମୁକାବିଲା କରିଥିଲୁ ।
    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗୁଆ ନିର୍ବାଚନ ପ୍ରଶ୍ନର ଉତ୍ତରରେ କହିଛନ୍ତି, ଯେ କୌଣସି ସମୟରେ ଭୋଟ୍ ପାଇଁ ଆମେ ପ୍ରସ୍ତୁତ । ୱାନ୍ ନେସନ, ୱାନ୍ ଇଲେକ୍ସନକୁ ଆମେ ସବୁବେଳେ ସ୍ୱାଗତ କରିଆସିଛୁ । ସେହିପରି ମହିଳା ସଂରକ୍ଷଣ ଉପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଦେଶରେ ମହିଳାଙ୍କୁ ଅଗ୍ରାଧିକାର ଦିଆଯିବା ଉଚିତ । କେନ୍ଦ୍ର ସରକାର ମହିଳା ସଂରକ୍ଷଣ ବିଲ୍ ଆଣିଥିବାରୁ ତାଙ୍କୁ ଧନ୍ୟବାଦ୍ । ଓଡ଼ିଶାରୁ ହିଁ ମହିଳା ସଂରକ୍ଷଣର ସ୍ୱର ଉଠିଥିଲା । ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସମୟରୁ ମହିଳାଙ୍କ ସଂରକ୍ଷଣକୁ ପ୍ରାଧାନ୍ୟ ଦିଆଯାଇଥିଲା ।

    ସେ ସମୟରେ ପଞ୍ଚାୟତ ନିର୍ବାଚନରେ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ମହିଳାଙ୍କ ପାଇଁ କରାଯାଇଥିଲା । ପରେ ମୋ ସରକାର ଏହାକୁ ବୃଦ୍ଧି କରି ୫୦ ପ୍ରତିଶତ କରିଥିଲା । ସେହିପରି ୨୦୧୯ ନିର୍ବାଚନରେ ୩୩ ପ୍ରତିଶତ ଲୋକସଭା ଆସନରେ ମହିଳା ପ୍ରାର୍ଥୀ ଦେଇଥିଲୁ । ମୋ ସରକାର ଏବଂ ବିଜେଡି ମହିଳାଙ୍କ ବିକାଶ ପାଇଁ ପ୍ରତିବଦ୍ଧ । ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ‘ମିଶନ ଶକ୍ତି’ ମୋ ସରକାରର ଅଭିନବ ପ୍ରୟାସ ।

    ଏହି ମିଶନ ଶକ୍ତି ଅଧୀନରେ ୭୦ ଲକ୍ଷ ମହିଳା ଆଜି ରୋଜଗାରକ୍ଷମ ହୋଇପାରିଛନ୍ତି । ବିକାଶ ହିଁ ଆମର ମୂଳ ଏଜେଣ୍ଡା ଓ ମୂଳ ଲକ୍ଷ୍ୟ । ବିକାଶକୁ ଆଧାର କରି ଆମେ ଆଗକୁ ବଢ଼ିବୁ । ଓଡ଼ିଶାରେ ବିକାଶ ପାଇଁ କେନ୍ଦ୍ର ସହ ଆମର ଭଲ ସମ୍ପର୍କ ରହିଛି । କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ଓଡ଼ିଶାର ବିକାଶକୁ ଅଗ୍ରାଧିକାର ଦେଉଥିବାରୁ ମୁଁ ତାଙ୍କୁ ୧୦ରୁ ୮ ମାର୍କ ଦେବି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

    Maximum 500 characters

    ରାଜନୀତି View all

    Find Us on Facebook