Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଗଣେଶ ଚତୁର୍ଥୀ :ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

    Share on :
    ajab-Image
    Date: Sep 19, 2023    Views: 3465

    ଭୁବନେଶ୍ୱର : ଆଜି ପବିତ୍ର ଗଣେଶ ଚତୁର୍ଥୀ । ଧରା ପୃଷ୍ଠକୁ ଓହ୍ଳାଇ ଆସିବେ ବିଘ୍ନ ବିନାଶକ ଗଜାନନ । ସେ ସିଦ୍ଧି, ସମୃଦ୍ଧି ଓ ଜ୍ଞାନର ଭଣ୍ଡାର । ଗଣେଶଙ୍କ ଧ୍ୟାନ, ଜପ ଓ ଆରଧନା ଦ୍ବାରା ସମସ୍ତ କାର୍ୟ୍ୟ ନିର୍ବିଘ୍ନରେ ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ଗଣେଶ ପୂଜା ଅବସରରେ  ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ୍ସରେ କହିଛନ୍ତି, "ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ବିଘ୍ନରାଜ ପ୍ରଭୁ ଶ୍ରୀ ଗଣେଶଙ୍କ ଆଶୀର୍ବାଦରୁ ପ୍ରତ୍ୟକଟି ଜୀବନ ସୁଖମୟ ଓ କଲ୍ୟାଣମୟ ହେଉ ।"

    ଗଣପୂଜାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛିଗାଁଠୁ ସହର । ସବୁଠି ଉତ୍ସବର ମାହୋଲ । ଶଙ୍ଖନାଦ, ଘଣ୍ଟଘଣ୍ଟା ଓ ହୁଳହୁଳିରେ କମ୍ପି ଉଠିଲାଣି ପୂଜା ପେଣ୍ଡାଲ । ଆଜିର ଦିନରେ ଶକ୍ଷାନୁଷ୍ଠାନ ଗୁଡ଼ିକରେ ମଧ୍ୟ ଗଣେଶଙ୍କୁ ପୂାଜର୍ଚ୍ଚନା କରାଯାଏ । ପୂଜା ସମୟରେ ଗଣେଶଙ୍କୁ ମୁଖ୍ୟତଃ ରାଶିଲଡ଼ୁ, ମୋଦକ, କଦଳୀ ଆଦି ଭୋଗ ଲାଗି ହୋଇଥାଏ । ମହାରାଷ୍ଟ୍ରରେ ଏହା ଏକ ଗଣପର୍ବ ହୋଇଥିବାବେଳେ ଓଡିଶାର ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ଗଣେଶ ପୂଜା ପ୍ରସିଦ୍ଧ ।

     

    Maximum 500 characters

    ତାଜା ଖବର View all

    Find Us on Facebook