Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଘରକରଣ

ମୁଖ୍ୟ ଖବର

    ମୁକ୍ତା ଯୋଜନାରେ ୪୨୩.୮୭କୋଟି ମଞ୍ଜୁର

    Share on :
    ajab-Image
    Date: Jun 8, 2023    Views: 3116

    ଭୁବନେଶ୍ୱର: ରାଜ୍ୟସରକାରଙ୍କ ଫ୍ଲାଗସିପ ଯୋଜନା ମୁକ୍ତା ଯୋଜନାରେ ୨୦୨୩-୨୪ପାଇଁ ଅର୍ଥ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ । ୪୨୩.୮୭କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୦ଜିଲ୍ଲାର ୩୭ସ୍ଥାନୀୟ ସଂସ୍ଥାକୁ ୪୨୩.୮୭କୋଟି ଟଙ୍କା ମଞ୍ଜୁର କରାଯାଇଛି । ଦୁଇଟି ପର୍ୟ୍ୟାୟରେ ୩୦ଟି ଜିଲ୍ଲା ପରିସରଭୁକ୍ତ କରାଯିବ । ପ୍ରଥମ ପର୍ୟ୍ୟାୟରେ ୧୦ଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରାଯାଇଛି । ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଜଗତସିଂହପୁର, ପୁରୀ, ଭଦ୍ରକ, କେନ୍ଦ୍ରାପଡା, କଟକ, ଖୋର୍ଦ୍ଧାର ୩୭  ULBକୁ ଅର୍ଥ ମଞ୍ଜୁର କରାଯାଇଛି । ଗତ ଦୁଇ ତାରିଖରେ ୧୦ଜିଲ୍ଲାର ୩୭  ULB ସହ କଥା ହୋଇଥିଲେ ୫T ସଚିବ ଭିକେ ପାଣ୍ଡିଆନ । ମୁକ୍ତା ଯୋଜନାରେ ସହରାଞ୍ଚଳର ବିକାଶ ପାଇଁ କରିଥିଲେ ଆଲୋଚନା । ସହରରେ ମିନି ପାର୍କ, ଜଳବାୟୁ, ଖେଳ ପଡିଆ, ପିଲାଙ୍କ ପାର୍କ, ଓ୍ୱାକିଂ ଟ୍ରାକ୍, ଭେଣ୍ଡିଂଜୋନ ଆଦି ସାର୍ବଜନୀନ ଉପଯୋଗୀ କାର୍ୟ୍ୟ ହେବ । ଯୋଜନାର ସମସ୍ତ ପ୍ରକଳ୍ପ ମିଶନ ଶକ୍ତି ଦ୍ୱାରା କାର୍ୟ୍ୟକାରୀ ହେବ ।

    Maximum 500 characters

    ଘରକରଣ View all

    Find Us on Facebook