Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ‘ଜ୍ୱିଗାଟୋ’ ଉପରୁ ପ୍ରମୋଦ କର ଛାଡ କଲେ ରାଜ୍ୟ ସରକାର

    Share on :
    ajab-Image
    Date: Mar 23, 2023    Views: 3450

    ଭୁବନେଶ୍ୱର: ‘ଜ୍ୱିଗାଟୋ’ ଉପରୁ ପ୍ରମୋଦ କର ଛାଡ କଲେ ରାଜ୍ୟ ସରକାର । ନିକଟରେ ରିଲିଜ୍ ହୋଇଥିବା କପିଲ ଶର୍ମାଙ୍କ ଅଭିନୀତ ତଥା ଅଭିନେତ୍ରୀ ନନ୍ଦିତା ଦାସଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଜ୍ୱିଗାଟୋ’ ଉପରୁ ପ୍ରମୋଦ କର ଛାଡ କରିଛନ୍ତି ରାଜ୍ୟ ସରକାର । ଏଣ୍ଟରଟେଣ୍ଟମେଣ୍ଟ ଟ୍ୟାକ୍ସ ଛାଡ କରିବା ପ୍ରସ୍ତାବକୁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏଥିସହ ଫିଲ୍ମକୁ ପ୍ରଶଂସା କରିବା ସହ ‘ଜ୍ୱିଗାଟୋ’ ସମାଜକୁ ସକାରାତ୍ମକ ବାର୍ତ୍ତା ଦେବ ବୋଲି ଆଶା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

    ଅଭିନେତ୍ରୀ ନନ୍ଦିତା ଦାସଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି କମେଡି କିଙ୍ଗ୍ କପିଲ ଶର୍ମା । ଫିଲ୍ମଟି ରିଲିଜ ହେବା ପରେ ସମସ୍ତଙ୍କୁ ବେଶ୍ ପସନ୍ଦ ଆସିଛି । ଫିଲ୍ମର ଷ୍ଟୋରୀକୁ ସମସ୍ତେ ପ୍ରଶଂସା କରୁଛନ୍ତି । ଖାଲି ସେତିକି ନୁହେଁ, ଯଦିଓ ଫିଲ୍ମଟି ହିନ୍ଦୀ ଭାଷାରେ ରିଲିଜ୍ ହୋଇଛି କିନ୍ତୁ ଏହାର ସମ୍ପୂର୍ଣ୍ଣ ସୁଟିଂ ଭୁବନେଶ୍ୱରରେ ହିଁ ହୋଇଛି ।

    ନବୀନ ନିବାସଠାରେ ଜ୍ୱିଗାଟୋର ସ୍ୱତନ୍ତ୍ର ଉପସ୍ଥାପନା କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଫିଲ୍ମକୁ ଦେଖିଥିଲେ । ନନ୍ଦିତା ଦାସଙ୍କ ଏଭଳି ପଦକ୍ଷେପକୁ ପ୍ରଶଂସା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook