Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଆମେ ବହୁତ କମ୍ ଉପନିର୍ବାଚନରେ ହାରିଛୁ: ନବୀନ

    Share on :
    ajab-Image
    Date: Nov 7, 2022    Views: 3861

    ଭୁବନେଶ୍ୱର: ଧାମନଗରରେ ବିଜେଡିର ପରାଜୟ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି, ଧାମନଗରରେ ବିଜେପି ଜିତିବ ବୋଲି ଆଶା କରିଥିଲୁ। କିଛି ଦିନ ତଳେ ଧାମନଗର ବିଧାୟକଙ୍କ ଦେହାନ୍ତ ହୋଇଥିଲା। ଦିବଂଗତ ବିଧାୟକ ବହୁତ ଲୋକପ୍ରିୟ ଥିଲେ। ବିଜେପି ଦିବଂଗତ ନେତାଙ୍କ ପୁଅଙ୍କୁ ଟିକେଟ ଦେଇଥିଲା। ତାଙ୍କ ପୁଅଙ୍କର ଜିତିବାର ସମ୍ଭାବନା ଥିଲା। ତେଣୁ ସେ ଜିତିଲେ। ତେବେ ଆମେ ବହୁତ କମ୍ ଉପନିର୍ବାଚନରେ ହାରିଛୁ ବୋଲି କହିଛନ୍ତି ନବୀନ। ନିକଟରେ ୩୦ଟି ଜିଲ୍ଲା ପରିଷଦ ନିର୍ବାଚନରେ ବିଜୟୀ ହୋଇଥିଲୁ ଓ ଆମେ ମିଳିଥିବା ଜନମତକୁ ସମ୍ମାନ ଦେଉଛୁ ବୋଲି ମଧ୍ୟ ସେ କହିଛନ୍ତି।ତାଙ୍କର ଏହି ମତରୁ ବିଜେଡ଼ିର ପରାଜୟ ଏଠାରେ ନିଶ୍ଚିନ୍ତ ଥିଲା ଓ ସେ ପରାଜୟକୁ ନେଇ ନିରାଶ ହୋଇଥିବା ପ୍ରତିୟମାନ ହୋଇଛି।
     ଧାମନଗର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ସୂର୍ୟ୍ୟବଂଶୀ ସୂରଜଙ୍କ ବିଜୟ ସହ ନିଜ ନାଁରେ ନୂଆ ନିର୍ବାଚନୀ ରେକର୍ଡ କରିବାରେ ମଧ୍ୟ ସକ୍ଷମ ହୋଇଛନ୍ତି । ବିଜେଡିର ଅବନ୍ତୀ ଦାସଙ୍କୁ ପୋଷ୍ଟାଲ ଭୋଟ୍ ଓ ପ୍ରଥମରୁ ଶେଷ ୧୮ଟି ରାଉଣ୍ଡରେ ପଛରେ ପକାଇ ମୋଟ ୯୮୮୧ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ୨୦୦୯ରୁ ଧାମନଗର ବିଧାନସଭା ଆସନ ଅନୁସୂଚିତ ଜାତି ବର୍ଗ ପାଇଁ ସଂରକ୍ଷିତ ହେବା ପରଠୁ ସର୍ବାଧିକ ଭୋଟ୍ ବ୍ୟବଧାନରେ ଜିତିବାରେ ସୂରଜ ପ୍ରଥମ ।

     

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook