ମୁଖ୍ୟ ଖବର
ଭୁବନେଶ୍ଵର : ଦୀର୍ଘ ୨ ବର୍ଷ ପରେ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ତାଲିକାକୁ ରାଜ୍ୟ ସରକାର ସାର୍ବଜନୀନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପତ୍ତି ତାଲିକା ପ୍ରକାଶ। ୨୦୨୧ ଡିସେମ୍ଵର ୩୧ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ମୋଟ ସମ୍ପତ୍ତିର ପରିମାଣ ୬୪ କୋଟି ୯୭ ଲକ୍ଷ ୮୯ ହଜାର ୨୨୦ ଟଙ୍କା। ସିଏମଓ ୱେବସାଇଟ୍ରେ ଏହି ତାଲିକା ପ୍ରକାଶ ପାଇଛି। ଦିଲ୍ଲୀ ଜନପଥ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ ୭୨ ଲକ୍ଷ ୮ ହଜାର ୯୩ ଟଙ୍କା ଥିବା ଦର୍ଶାଇଛନ୍ତି ନବୀନ। ସେହିପରି ଭୁବନେଶ୍ଵର ସ୍ଥିତ ଏସବିଆଇ ଆକାଉଣ୍ଟରେ ୨୧ ଲକ୍ଷ ୭୧ ହଜାର ୨୭୨ ଟଙ୍କା, ହିଞ୍ଜିଳିକାଟୁ କଲେଜ କ୍ୟାମ୍ପସ ଏସବିଆଇରେ ୭ ହଜାର ୭୪ ଟଙ୍କା, ଏବଂ ହିଞ୍ଜିଳିକାଟି କ୍ୟାମ୍ପସର ଅନ୍ୟ ଏକ ବ୍ରାଞ୍ଚରେ ୧୪ ହଜାର ୪୮୮ ଟଙ୍କା, ବରଗଡ଼ ପଦ୍ମପୁର ଏସବିଆଇ ବ୍ରାଞ୍ଚରେ ୩୯ ହଜାର ୨୮ ଟଙ୍କା, ନୂଆଦିଲ୍ଲୀ ଲୋଧୀ ରୋଡ୍ ସ୍ଥିତ ପୋଷ୍ଟ ଅଫିସରେ ୫ ହଜାର ୩୩ ଟଙ୍କା ରହିଛି।
ସେହିପରି ବ୍ୟାଙ୍କ ଅଫ୍ ଇଣ୍ଡିଆରେ କୋଟିଏ ୧୧ ଲକ୍ଷ ୨୬ ହଜାର ୩୭୯ ଟଙ୍କାର ଏଫ୍ଡି, ୯ କୋଟି ଟଙ୍କାର ଆରବିଆଇ ବଣ୍ଡ୍, ୧ କୋଟି ଟଙ୍କାର ପୋଷ୍ଟ ଅଫିସ୍ ଟର୍ମ ଡିପୋଜିଟ୍, ୩ ଲକ୍ଷ ୪୫ ହଜାର ୩୩୬ ଟଙ୍କାର ସୁନାଗହଣା ରହିଛି।
Comments ସମସ୍ତ ମତାମତ