Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ନବୀନଙ୍କୁ କେନ୍ଦ୍ରରାଷ୍ଟ୍ରମନ୍ତ୍ରୀଙ୍କ ଆହ୍ୱାନ : ଏନଡିଏରେ ସାମିଲ ହୁଅନ୍ତୁ

    Share on :
    ajab-Image
    Date: Aug 23, 2022    Views: 4595

    ଭୁବନେଶ୍ୱର: ରାଜ୍ୟର ବିକାଶ ପ୍ରକ୍ରିୟାକୁ ଗତିଶୀଳ କରିବା ପାଇଁ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନଡିଏରେ ସାମିଲ ହେବା ନିମନ୍ତେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ  କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱଲେ ଆହ୍ୱାନ କରିଛନ୍ତି ।

     ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆରପିଆଇ(ଏ)ର ମୁଖ୍ୟ ତଥା କେନ୍ଦ୍ରମନ୍ତ୍ରୀଶ୍ରୀ ଅଠାୱଲେ କହିଛନ୍ତି ଯେ, ଉଭୟ ଲୋକସଭା ଓ ରାଜ୍ୟସଭାରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ ଗୃହୀତ ହେବାରେ ଏନଡିଏ ସରକାରକୁ ବିଜେଡି ସହଯୋଗ କରିଛି । ୨୦୨୪ ସାଧାରଣ ନିର୍ବାଚନରେ ଏନଡିଏ ତା’ର ସବୁ ରେକର୍ଡକୁ ଭାଙ୍ଗି ଅଧିକ ଭଲ ପ୍ରଦର୍ଶନ କରିବ । ୨୦୧୯ ସାଧାରଣ ନିର୍ବାଚନଠୁ ବି ଅଧିକ ଆସନ ଏନଡିଏ ଜିତିବ । ୨୦୨୪ରେ ଏନଡିଏ ପ୍ରାୟ ୩୫୦ରୁ ଅଧିକ ଲୋକସଭା ଆସନ ଜିତିବ ବୋଲି ସେ ଦାବି କରିଛନ୍ତି । ତେଣୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏନଡିଏରେ ସାମିଲ ହେବାକୁ ଅନୁରୋଧ କରୁଛି । ଭବିଷ୍ୟତରେ ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟକୁ ଅଧିକ ପରିମାଣର ବଜେଟ୍ ଆବଂଟନ କରିବେ ଓ ବିକାଶ ଅଧିକ ଗତିଶୀଳ ହୋଇପାରିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏନଡିଏ ଛାଡ଼ି ପଳାଇଲେ । କିନ୍ତୁ ଏନଡିଏ ଏପର୍ୟ୍ୟନ୍ତ ତାଙ୍କୁ ଛାଡ଼ିନି । ୨୦୨୪ ନିର୍ବାଚନ ସମୟରେ ନୀତିଶ କୁମାର ପୁଣିଥରେ ଏନଡିଏକୁ ଫେରିପାରନ୍ତି । ତେବେ ନୀତିଶ କୁମାର ନଆସିଲେ ବି ଏନଡିଏକୁ କିଛି ଫରକ୍ ପଡ଼ିବ ନାହିଁ ବୋଲି ଶ୍ରୀ ଅଠାୱଲେ କହିଛନ୍ତି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook