Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ୧୦ଦିନିଆ ବିଦେଶ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

    Share on :
    ajab-Image
    Date: Jun 5, 2022    Views: 4287

    ଭୁବନେଶ୍ୱର: ଚଳିତମାସ ୨୧ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ଦିନିଆ ବିଦେଶ ଗସ୍ତରେ ଯିବାର କାର୍ୟ୍ୟକ୍ରମ ରହିଛି । ଦୀର୍ଘ ୨୫ବର୍ଷ ମଧ୍ୟରେ ଶ୍ରୀ ପଟ୍ଟନାୟକ ଦ୍ୱିତୀୟ ଥର ପାଇଁ ବିଦେଶ ଗସ୍ତରେ ଯିବେ । ଏହି ଗସ୍ତକାଳରେ ସେ ଇଟାଲୀ ଓ ଦୁବାଇ ଯାତ୍ରା କରିବେ ବୋଲି ଜଣାପଡ଼ିଛି।

    ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଜ ବନ୍ଧୁମାନଙ୍କ ସହ ଆସନ୍ତା ୨୧ତାରିଖରେ ଇଟାଲୀ ଗସ୍ତରେ ଯିବେ। ସେଠାରୁ ସେ ଦୁବାଇ ଗସ୍ତ କରିବେ। ଦୁବାଇରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜିନେସ୍ ମିଟ୍ ଆୟୋଜିତ ହେଉଥିବାରୁ ସେଥିରେ ଶ୍ରୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଦୁବାଇରେ ମୁଖ୍ୟମନ୍ତ୍ରୀଙ୍କ ସହ ବିଭିନ୍ନ ମନ୍ତ୍ରୀ ଓ ସଚିବମାନେ ସାମିଲ ହେବାର କାର୍ୟ୍ୟକ୍ରମ ରହିଛି।ମୁଖ୍ୟମନ୍ତ୍ରୀଙ୍କ ସହ ବିଦେଶ ଗସ୍ତରେ ସମୟରେ ତାଙ୍କର ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ୍ ମଧ୍ୟ ଯିବେ ବୋଲି ସୂଚନା ମିଳିଛି ।

    Maximum 500 characters

    ରାଜନୀତି View all

    Find Us on Facebook