Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ରାଜ୍ୟବାସୀଙ୍କ ସ୍ବାର୍ଥ ଓ ସମୃଦ୍ଧି ପାଇଁ କାମ କରିଚାଲିଛନ୍ତି ନବୀନ

    Share on :
    ajab-Image
    Date: Jun 2, 2022    Views: 4032

    ରାଜନୀତିରେ ନବୀନଙ୍କ ୨୫ ବର୍ଷ ପୂରଣ
    ଭୁବନେଶ୍ବର: ରାଜ୍ୟ ରାଜନୀତିରେ ଚର୍ଚ୍ଚିତ ଚେହେରା ନବୀନ ପଟ୍ଟନାୟକ । କେବଳ ରାଜ୍ୟ କାହିଁକି ଦେଶର ସର୍ବକାଳୀନ ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀଙ୍କ ବର୍ଗରେ ସେ ସାମିଲ ।ସେହି ନେତା ତାଙ୍କ ରାଜନୈତିକ ଜୀବନର ୨୫ ବର୍ଷ ପୁରା କରିଛନ୍ତି ।

    ରାଜନୀତିରେ ନବୀନ ଥିବା ନବୀନ ଏବେ ପୋଖତ । ପିତା ତଥା ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ଅପ୍ରତ୍ୟାଶିତ ଭାବେ ରାଜନୀତିକୁ ପ୍ରବେଶ କରିଥିଲେ ନବୀନ । ୧୯୯୭ ଜୁନ ୧ରେ ଆସ୍କା ଲୋକସଭାରୁ ବିଜୟୀ ହୋଇ ସାଂସଦ ହୋଇଥିଲେ ନବୀନ । ପ୍ରଥମ ଥର ପାଇଁ ସାଂସଦ ହୋଇଥିବା ନବୀନ । ଏହା ପରେ ଆଉ ପଛକୁ ଫେରି ଚାହିଁନାହାନ୍ତି । ରାଜନୈତିକ ପରିବାରରେ ଜନ୍ମ ହୋଇଥିଲେ ବି ଛାତ୍ର ଓ ଯୁବାବସ୍ଥାରେ ତାଙ୍କର ରାଜନୀତିରେ ବିଶେଷ ରୁଚି ନଥିବା ପରିଲକ୍ଷିତ ହୋଇଥିଲା ।
    ହେଲେ ରାଜନୀତିକୁ ପ୍ରବେଶ କରବାଠୁ ନବୀନଙ୍କ ଠାରୁ କ୍ଷମତା ଦୁରେଇ ପାରିନାହିଁ । ଓଡିଶା ରାଜନୀତିରେ ନବୀନ ୨୫ ବର୍ଷ ପୁରା କରିଛନ୍ତି । ଲୋକଙ୍କ ସେବାରେ ୨୫ ବର୍ଷ ଧରି ଥିବାରୁ ରାଜ୍ୟବାସୀ ତାଙ୍କ ଉପରେ ଆଶୀର୍ବାଦ ଢାଳି ଚାଲିଛନ୍ତି । ନବୀନ ଏ ପରି ଏକ ନେତା ଯିଏ ରାଜନୀତିରେ ପାଦ ଥାପିବା ପରେ କେବେ ଦେଖିନାହାନ୍ତି ପରାଜୟ । ୨୫ ବର୍ଷ ପୂର୍ବେ ଆଜିର ଦିନରେ ପ୍ରଥମଥର ସାଂସଦ ହୋଇଥିବା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ପଞ୍ଚମ ପାଳିର ତୃତୀୟ ବର୍ଷ ପୁରା କରିଛନ୍ତି । କହିବାକୁ ଗଲେ ବର୍ତ୍ତମାନ ସେ ରାଜ୍ୟରେ ଏକମାତ୍ର ଅପ୍ରତିଦ୍ବନ୍ଦି ଅପରାଜେୟ ନେତା ।ଗତ ୨୫ ବର୍ଷ ମଧ୍ୟରେ ରାଜନୀତିରେ ନା ତାଙ୍କୁ କେହି ଚ୍ୟାଲେଞ୍ଜ କରିପାରୁଛନ୍ତି । ନା ତାଙ୍କ ନିକଟତର ହୋଇପାରୁଛନ୍ତି । ସଦା ଶାନ୍ତ ସ୍ଵଭାବର ନବୀନ ବିଜୁ ପଟ୍ଟନାୟକଙ୍କ ଅବର୍ତ୍ତମାନରେ ଆସିକାରୁ ଉପନିର୍ବାଚନରେ ଜିତିଥିଲେ । ୨ ଥର ସାଂସଦ ଓ କେନ୍ଦ୍ରମନ୍ତ୍ରୀ ହେବା ପରେ ଓଡିଶାର ଶାସନ ଭାର ସମ୍ଭାଳିଥିଲେ । ନବୀନ ସାଢେ ୪ କୋଟି ଓଡିଶାବାସୀଙ୍କୁ ତାଙ୍କ ପରିବାର ବୋଲି କୁହନ୍ତି ।ରାଜ୍ୟବାସୀଙ୍କ ସ୍ବାର୍ଥ ଓ ସମୃଦ୍ଧି ପାଇଁ କାମ କରିଚାଲିଛନ୍ତି ନବୀନ । ଓଡିଶା ବିକାଶର ନୂଆ ନକ୍ସା ସହ ପ୍ରଗତି ଧାରାକୁ ସାଥୀରେ ନେଇ ଆଗକୁ ବଢିଚାଲିଛନ୍ତି ନବୀନ । ବୟସ ବଢିବା ସହ ତାଳଦେଇ ବଢିଚାଲିଛି ତାଙ୍କର ରାଜ୍ୟ ବିକାଶର ଇଚ୍ଛା ଶକ୍ତି । ବିଭିନ୍ନ ଲୋକାଭିମୁଖୀ ଯୋଜନା ସାଙ୍ଗକୁ ଦଳୀୟ ସଂଗଠନର ସଠିକ ପରିଚାଳନା ତାଙ୍କ ସଫଳତାର ମାପକାଠି । ଗତ ୨୫ ବର୍ଷ ମଧ୍ୟରେ ଅନେକ ଥର ଜଟିଳ ସମୟ ମଧ୍ୟରେ ଦେଇ ଗତି କରିଥିଲେ ବି ତାଙ୍କ ରାଜନୈତିକ ଯାତ୍ରାରେ ବ୍ରେକ ଲାଗିନାହିଁ ।

    Maximum 500 characters

    ରାଜନୀତି View all

    Find Us on Facebook