Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ପର୍ୟ୍ୟବେକ୍ଷକଙ୍କୁ ରିପୋର୍ଟ ମାଗିଲେ ନବୀନ

    Share on :
    ajab-Image
    Date: Apr 24, 2022    Views: 4319

    ଭୁବନେଶ୍ୱର: ପଂଚାୟତ ଓ ପୌର ନରେ ଏକତରଫା ସଫଳତା ହାସଲ କରିନିର୍ବାଚଥିବା ବିଜେଡି ଏବେ ୨୦୨୪ ସାଧାରଣ ନିର୍ବାଚନକୁ ଆଖିରେ ରଖି ନିଜର ସଂଗଠନକୁ ଅଧିକ ସୁଦୃଢ଼ କରିବା ପାଇଁ ପଦକ୍ଷେପ ନେଇଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ୧୦ଟି ଜିଲ୍ଲାରେ ଦଳୀୟ ପର୍ୟ୍ୟବେକ୍ଷକଙ୍କ ସହ ସଂଗଠନ ସମ୍ପର୍କରେ ଆଲୋଚନା କରିଛନ୍ତି । ନବୀନ ନିବାସରେ ବିଜେଡି ଜିଲ୍ଲା ପର୍ୟ୍ୟବେକ୍ଷକମାନେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ତାଙ୍କ ପରାମର୍ଶଦାତାଙ୍କୁ ଭେଟିଛନ୍ତି ।  ଏହାସହିତ ସେମାନେ ଦାୟିତ୍ୱରେ ଥିବା ଜିଲ୍ଲାରେ ଦଳ ପାଇଁ କ’ଣ ଚ୍ୟାଲେଞ୍ଜ ରହିଛି, ଦଳର ବିଧାୟକ ଓ କର୍ମୀମାନଙ୍କ ମଧ୍ୟରେ ସମନ୍ୱୟ ଅଛି କି ନାହିଁ, ଯଦି ନାହିଁ ତା’ର କାରଣ ଓ ଗତ ନିର୍ବାଚନରେ ଦଳର ପ୍ରଦର୍ଶନ ଆଦି ସମ୍ପର୍କରେ ୧୦ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି ।ପ୍ରଥମ ଦିନରେ ୧୦ଟି ଜିଲ୍ଲା ଅନୁଗୁଳ, ବାଲେଶ୍ୱର, ଢେଙ୍କାନାଳ, କେନ୍ଦ୍ରାପଡ଼ା, ନୟାଗଡ଼, ନବରଙ୍ଗପୁର, ମାଲକାନଗିରି, ସୁନ୍ଦରଗଡ଼, ଗଜପତି ଓ ରାୟଗଡ଼ା ଜିଲ୍ଲାର ସଂଗଠନ ସମ୍ପର୍କରେ ସମୀକ୍ଷା ହୋଇଛି । ବାକି ୨୦ଟି ଜିଲ୍ଲାର ସମୀକ୍ଷା ମଧ୍ୟ ନବୀନ ନିଜେ କରିବାର କାର୍ୟ୍ୟକ୍ରମ ରହିଛି ।
    , ୨୦୨୪ ନିର୍ବାଚନ ପାଇଁ ସଂଗଠନକୁ ତୃଣମୂଳସ୍ତରରୁ ଅଧିକ ସୁଦୃଢ଼ କରିବା ପାଇଁ କ’ଣ ପଦକ୍ଷେପ ଓ ରଣନୀତି ନିଆଯିବା ଦରକାର ସେ ନେଇ ବିସ୍ତୃତ ରିପୋର୍ଟ ୧୦ଦିନ ମଧ୍ୟରେ ଦେବାକୁ ସଭାପତି ନିର୍ଦ୍ଦେଶ ଦେଇଛନ୍ତି । ପଂଚାୟତ ଓ ପୌର ନିର୍ବାଚନରେ ଦଳ କେଉଁ କାରଣ ପାଇଁ ପରାଜୟ କଲା, ଆଉ ଯେଉଁଠି ଭଲ ପ୍ରଦର୍ଶନ କରିଛି ସେଠି କେଉଁ ସବୁ ପ୍ରସଙ୍ଗ ଦଳକୁ ସୁହାଇଛି ତାହା ରିପୋର୍ଟରେ ଉଲ୍ଲେଖ କରିବାକୁ କୁହାଯାଇଛି ।

    Maximum 500 characters

    ରାଜନୀତି View all

    Find Us on Facebook