Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଆଜି ବୌଦ୍ଧରେ ସ୍ମାର୍ଟ ହେଲ୍‌ଥ କାର୍ଡ଼ ବଣ୍ଟନ କରିବେ ନବୀନ

    Share on :
    ajab-Image
    Date: Nov 25, 2021    Views: 2709

    ବୌଦ୍ଧ:ଆଜି  ବୌଦ୍ଧସ୍ଥିତ ଷ୍ଟାଡ଼ିଅମଠାରେ ସଂଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚ୍ଚୁଆଲ୍‌ ମୋଡ଼୍‌ରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଜିଲ୍ଲାର ହିତାଧିକାରୀମାନଙ୍କୁ ସ୍ମାର୍ଟ ହେଲ୍‌ଥ କାର୍ଡ଼ ବଣ୍ଟନ କରିବେ । ଜିଲ୍ଲାର ୩ଲକ୍ଷ ୭୨ହଜାର ୩୮୭ ଜଣ ହିତାଧିକାରୀ ଏହି ଯୋଜାନରେ ଉପକୃତ ହେବେ ।

    ଏହି ଅବସରରେ ଜିଲ୍ଲାର ବୌଦ୍ଧ ବ୍ଲକକୁ ୩୬ହଜାର ୪୦୪, ହରଭଙ୍ଗା ବ୍ଲକ ୩୩ହଜାର ୬୨୮ ଓ କଣ୍ଟାମାଳ ବ୍ଲକକୁ ୩୮ହଜାର ୫୨୩ଟି କିଟ୍‌ ଆସିଛି । ଏହି ଯୋଜନା ଦ୍ୱାରା ଜିଲ୍ଲାରେ ୧ଲକ୍ଷ ୮ହଜାର ୫୫୫ଟି ପରିବାରର ୩ଲକ୍ଷ ୭୨ହଜାର ୩୮୭ଜଣ ହିତାଧିକାରୀ ଉପକୃତ ହେବେ । 
    ଏହାସହ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୨୦କୋଟି ଟଙ୍କା ବ୍ୟୟରେ ୨୨ଗୋଟି ପ୍ରକଳ୍ପର ଲୋକାର୍ପଣ ଏବଂ ୪୬୨ କୋଟି ଟଙ୍କା ବ୍ୟୟ ଅଟକଳ ମୂଲ୍ୟରେ ୫୭ଟି ପ୍ରକଳ୍ପର ଶିଳାନ୍ୟାସ କରାଯିବା କାର୍ୟ୍ୟକ୍ରମ ରହିଛି । ଏହି କାର୍ୟ୍ୟକ୍ରମରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ, କଣ୍ଟାମାଳ ବିଧାୟକ ମହୀଧର ରଣା ପ୍ରମୁଖ ଯୋଗ ଦେବାର କାର୍ୟ୍ୟକ୍ରମ ରହିଥିବା ଜିଲ୍ଲାପ୍ରଶାସନ ସୂଚନା ଦେଇଛି ।

    Maximum 500 characters

    ତାଜା ଖବର View all

    Find Us on Facebook