ମୁଖ୍ୟ ଖବର
ଭୁବନେଶ୍ୱର: କରୋନା ଯୋଦ୍ଧାଙ୍କ ପାଇଁ ପ୍ରସ୍ତୁତ ଗୀତ ‘ଗାଇବା ବନେ୍ଦ ବନେ୍ଦ, ଜିତିବା ସଙ୍ଗେ ସଙ୍ଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଭାବିତ କରିଛି । ଏହି ଗୀତର ଭିଡିଓକୁ ମୁଖ୍ୟମନ୍ତ୍ରୀ ନିଜ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି ।
କରୋନା ଯୋଦ୍ଧାଙ୍କ ଉଦେ୍ଧଶ୍ୟରେ ଏହାକୁ ସମର୍ପିତ କରି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଏଭଳି ସଙ୍କଟଜନକ ସ୍ଥିତିରେ ଏହି ଆଗଧାଡ଼ିର ଯୋଦ୍ଧାଙ୍କ ନିଷ୍ଠା ଓ ତ୍ୟାଗର ତୁଳନା ନାହିଁ । ଉପରୋକ୍ତ ଗୀତକୁ ସେମାନଙ୍କ ଉଦେ୍ଧଶ୍ୟରେ ସମର୍ପିତ କରିବା ସହ ଅସୁସ୍ଥ ଯୋଦ୍ଧାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତ ଏହି ସାଢେ଼ ତିନି ମିନିଟ ଅବଧି ବିଶିଷ୍ଟ ସଙ୍ଗୀତର ପରିକଳ୍ପନାରେ ଖ୍ୟାତି ସମ୍ପନ୍ନ ଚିତ୍ର ନିର୍ମାତା-ନିଦେ୍ର୍ଧଶକ ନୀଳମାଧବ ପଣ୍ଡା ଥିବା ବେଳେ ସ୍ୱର ସଂଯୋଜନା କରିଛନ୍ତି ପ୍ରେମ ଆନନ୍ଦ । କଣ୍ଠଦାନ କରିଛନ୍ତି କି୍ରଷ୍ଣା ବେଉରା, ସ୍ୱର୍ଣ୍ଣରେଖା, ଶଶାଙ୍କ ଓ ଅଳକା । ପୂର୍ବରୁ ସଙ୍ଗୀତକାର ପ୍ରେମ ଆନନ୍ଦଙ୍କ କରୋନା ସମ୍ପର୍କିତ ସଙ୍ଗୀତ ବାସ ଆଉ କିଛି ଦିନ, ପୁଣି ହସିବ ଓଡ଼ିଶା ପ୍ରଭୃତି ସାମାଜିକ ଗଣମାଧ୍ୟମରେ ବେଶ ଆଦୃତି ଲାଭ କରିଛି ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିବା ପରେ ପ୍ରେମ୍ ଆନନ୍ଦ କହିଛନ୍ତି, ମୁଁ ବହୁତ ଖୁଦସି । ମତେ ମୋ ପରିଶ୍ରମର ଫଳ ମିଳିଲା ।
ସୂଚନା ଯୋଗ୍ୟ, ମୁଖ୍ୟମନ୍ତ୍ରୀ ପୂର୍ବରୁ କରୋନା ଯୋଦ୍ଧାଙ୍କ ସମ୍ମାନାର୍ଥେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଅନବଦ୍ୟ ସୃଷ୍ଟି ‘ବନେ୍ଦ ଉକ୍ରଳ ଜନନୀ’ ଗାନ କରିବାକୁ ପ୍ରତିଟି ଓଡ଼ିଆଙ୍କୁ ଅନୁରୋଧ କରିଥିଲେ । ଏହି ଗୀତ ଗାନ ପରେ ଏହାକୁ ରାଜ୍ୟ ସଙ୍ଗୀତର ମାନ୍ୟତା ଦିଆଯାଇଥିଲା ।
Comments ସମସ୍ତ ମତାମତ