Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ମୋତିଲାଲ ଓସ୍ୱାଲ କିସ୍ ଆବାସିକ ବିଦ୍ୟାଳୟ ଉଦଘାଟିତ

    Share on :
    ajab-Image
    Date: Feb 15, 2020    Views: 3442

    ବଲାଙ୍ଗୀର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ଗସ୍ତରେ ଆସି କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ ସୋସିଆଲ୍ ସାଇନସେସ୍ (କିସ୍) ଭୁବନେଶ୍ୱରର ଏକ ଶାଖା ‘ମୋତିଲାଲ ଓସ୍ୱାଲ କିସ୍ ଆବାସିକ ବିଦ୍ୟାଳୟ’କୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଛନ୍ତି।

     ଏହି କାର୍ୟ୍ୟକ୍ରମରେ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ମୋତିଲାଲ ଓସ୍ୱାଲ ଫାଉଣ୍ଡେସନ ଚେୟାରମ୍ୟାନ୍ ସୁନୀତା ଅଗ୍ରୱାଲ, ମୋତିଲାଲ ଓସ୍ୱାଲ ଗ୍ରୁପର ମ୍ୟାନେଜିଂ ଡାଇରେକ୍ଟର ମୋତିଲାଲ ଓସ୍ୱାଲ, ମନ୍ତ୍ରୀ ଟୁକୁନୀ ସାହୁ, ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂହଦେଓ, ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଏବଂ ଜିଲ୍ଲାପାଳ ଅରିନ୍ଦମ ଡାକୁଆ ପ୍ରମୁଖ ଯୋଗ ଦେଇଛନ୍ତି।
    ସୂଚନାଯୋଗ୍ୟ ଯେ ମୋତିଲାଲ ଓସ୍ୱାଲ ଗ୍ରୁପର ଆର୍ଥିକ ସହାୟତା ଏବଂ କିସର ସହଭାଗିତାରେ କିସ୍  ଜମିରେ ନିର୍ମିତ ହୋଇଥିବା ଆବାସିକ ବିଦ୍ୟାଳୟ ନିଶୁଳ୍କ ଭାବରେ ପରିଚାଳିତ ହେବ। ମୋତିଲାଲ ଓସ୍ୱାଲ କିସ୍ ନାମରେ ନାମିତ ଏହି ଆବାସିକ ଜନଜାତି ବିଦ୍ୟାଳୟରେ ପ୍ରଥମ ପର୍ୟ୍ୟାୟରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ୧୫୦୦ ଗରିବ ଜନଜାତିର ଛାତ୍ରଛାତ୍ରୀମାନେ ପାଠ ପଢ଼ିବେ । ବଲାଙ୍ଗୀର ଆରଟିଓ ଅଫିସ୍ ଛକ ବିଏସଏନଏଲ୍ ଅଫିସ୍ ପଛପଟେ କିସର ଏହି ଶାଖା ପାଇଁ କୋଠା ନିର୍ମାଣ କାମ ସରିଛି। ଏହାକୁ  ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook