Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଘରକରଣ

ମୁଖ୍ୟ ଖବର

    ଲ’ ଅଫିସରଙ୍କ ଫି ୫୦% ବଢ଼ିଲା

    Share on :
    ajab-Image
    Date: Mar 1, 2024    Views: 2454

    ଭୁବନେଶ୍ୱର : ରାଜ୍ୟ ସରକାରଙ୍କୁ ପକ୍ଷରୁ ବିଭିନ୍ନ ଅଦାଲତରେ ମକଦ୍ଦମା ପରିଚାଳନା କରୁଥିବା ଅଣ କ୍ୟାଡ଼ର ଲ ଅଫିସରମାନଙ୍କର ଦୈନନ୍ଦିନ ଓ ରିଟେନର ଫି’ରେ ୫୦% ବୃଦ୍ଧି କରାଯାଇଛି  । ଏହାଦ୍ୱାରା ବିଭିନ୍ନ ଅଦାଲତରେ କାମ କରୁଥିବା ୧୨୧୫ ଜଣ ଲ’ ଅଫିସର ଉପକୃତ ହେବେ  ।
    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଲ’ ଅଫିସରମାନଙ୍କ ଦୈନିକ ଓ ରିଟେନର ଫିସ ବୃଦ୍ଧି କରିଛନ୍ତି  । ଏହି ବର୍ଦ୍ଧିତ ଫି ଅନୁଯାୟୀ, କାର୍ଯ୍ୟରତ ୧୮୪ ଅତିରିକ୍ତ ପବ୍ଳିକ ପ୍ରୋସିକ୍ୟୁଟରମାନେ ଦୈନିକ ଫି’ ବାବଦରେ ୧୨୫୦ ଟଙ୍କା ପାଉଥିବାବେଳେ ଏବେ ୧୮୭୫ ଟଙ୍କା ପାଇବେ  । ସେହିପରି ରିଟେନର ଫି ପୂର୍ବରୁ ୮୨ ଶହ ଟଙ୍କା ଥିବାବେଳେ ଏବେ ତାହା ୧୨ ହଜାର ୩ ଶହ ଟଙ୍କାକୁ ବୃଦ୍ଧି କରାଯାଇଛି  ।
    ସେହିପରି କାର୍ଯ୍ୟରତ ୭୪୦ ଜଣ ଆସିଷ୍ଟାଂଟ ପବ୍ଳିକ ପ୍ରୋସିକ୍ୟୁଟରମାନେ ପୂର୍ବରୁ ଦୈନିକ ଫି ବାବଦରେ ୧୧ ଶହ ଟଙ୍କା ପାଉଥିବାବେଳେ ବର୍ତମାନ ୧୬୫୦ ଟଙ୍କା ପାଇବେ । ରିଟେନର ଫି’ ବାବଦରେ ପୂର୍ବରୁ ୪ ହଜାର ଟଙ୍କା ପାଉଥିବାବେଳେ ଏବେ ୬ ହଜାର ଟଙ୍କା ପାଇବେ  । ୮୫ ଜଣ ସ୍ପେଶିଆଲ ପବ୍ଳିକ ପ୍ରୋସିକ୍ୟୁଟରମାନେ ପୂର୍ବରୁ ଦୈନିକ ଫି’ ବାବଦକୁ ୧୨୫୦ ଟଙ୍କା ପାଉଥିବାବେଳେ ବର୍ତମାନ ୧୮୭୫ ଟଙ୍କା ପାଇବେ  । ସେମାନଙ୍କୁ ରିଟେନର ଫି ବାବଦରେ ଏବେ ୮୨ ଶହ ଟଙ୍କା ମିଳୁଥିବାବେଳେ ବର୍ତମାନ ୧୨ ହଜାର ୩ ଶହ ଟଙ୍କା ମିଳିବ  । କାର୍ଯ୍ୟରତ ୨୯ ଜଣ ସରକାରୀ ପ୍ଳିଡ଼ର ଓ ୧୧୩ ଜଣ ସହ ସରକାରୀ ପ୍ଳିଡ଼ରଙ୍କୁ ରିଟେନର ଫି’ ବାବଦରେ ୧୨ ହଜାର ୩୦୦ ଟଙ୍କା ପ୍ରଦାନ କରାଯିବ  ।

    Maximum 500 characters

    ଘରକରଣ View all

    Find Us on Facebook