Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଚାକିରୀ ଘୋଷଣା କଲେ ନବୀନ, ଜାଣନ୍ତୁ କାହା ପାଇଁ

    Share on :
    ajab-Image
    Date: Jun 22, 2022    Views: 4430

    ୩ଟି ଇଣ୍ଡିଆ ରିଜର୍ଭ ବାଟାଲିଅନ ପାଇଁ 

    ୬୬୩ଟି ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ  

    ପ୍ରତ୍ୟେକ ବାଟାଲିଅନ ପାଇଁ ୨୨୧ଟି ପଦବୀ

    ଆହୁରି ୧୩୨ଟି ପଦବୀ ଆଉଟ୍‌ ସୋର୍‌ସିଂ ଜରିଆରେ ମଧ୍ୟ ପୂରଣ ହେବ

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୩ଟି ଇଣ୍ଡିଆ ରିଜର୍ଭ ବାଟାଲିଅନ (ଓଜ ଈବଗ୍ଧଗ୍ଧବକ୍ଷସକ୍ଟଦ୍ଭ) ପାଇଁ  ୬୬୩ଟି ପଦବୀକୁ (ଝରମଙ୍କକ୍ସସଗ୍ଧଚ୍ଚ ଉକ୍ଟଚ୍ଚଗ୍ଦ) ମଞ୍ଜୁର କରିଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ପ୍ରତ୍ୟେକ ରିଜର୍ଭ ବାଟାଲିଅନ ପାଇଁ ୨୨୧ଟି ପଦବୀ ସୃଷ୍ଟି କରାଯାଇଛି।  

    ଏହି ନୂତନ ପଦବୀ ଗୁଡିକ ହେଲା ଡେପୁଟି କମାଣ୍ଡାଣ୍ଟ-୧, ହାବିଲଦାର ମେଜର-୧୮, ହାବିଲଦାର-୨୩, କନେଷ୍ଟବଳ-୧୫୪,   ଇନିସ୍‌ପେକ୍ଟର (ଡଞ)-୧, ସବ୍‌ଇନିସ୍‌ପେକ୍ଟର (ଡଞ)-୨, ହାବିଲଦାର (ଡଞ)-୪, କନେଷ୍ଟବଳ(ଡଞ)-୧୩, ହେଡକ୍ଲର୍କ-୧, ମେଡିକାଲ ଅଫିସର-୧, ଫାର୍ମାସିଷ୍ଟ-୨ ଓ ଷ୍ଟାଫ ନର୍ସ-୧ ।  ଏହିପରି ପ୍ରତ୍ୟେକ ବାଟାଲିଅନରେ ୨୨୧ ଜଣ କର୍ମଚାରୀ ଓ ଅଧିକାରୀ  ନିୟୋଜିତ ହେବେ।  

    ଏହାସହିତ ପ୍ରତ୍ୟେକ ବାଟାଲିଅନରେ ବିଭିନ୍ନ ସହାୟକ କାର୍ୟ୍ୟ ପାଇଁ ୪୪ଟି ପଦବୀ ସୃଷ୍ଟି କରାଯାଇଛି, ଯାହାକି ଆଉଟ ସୋର୍‌ସିଂ ଜରିଆରେ ପୂରଣ କରାଯିବ। ୩ଟି ବାଟାଲିଅନ ପାଇଁ ୧୩୨ଟି ଆଉଟ ସୋର୍‌ସିଂ ପଦବୀ ସୃଷ୍ଟି କରାଯାଇଛି।

    Maximum 500 characters

    ତାଜା ଖବର View all

    Find Us on Facebook