Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ମୁଖ୍ୟମନ୍ତ୍ରୀଙ୍କ କାରକେଡକୁ ଅଣ୍ଡାମାଡ କଲେ, ଗିରଫ ହେଲେ

    Share on :
    ajab-Image
    Date: Nov 25, 2021    Views: 3134


    ପୁରୀ: ଗତକାଲି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରି ମୁଖ୍ୟମନ୍ତ୍ରୀ ଫେରୁଥିବାବେଳେ ତାଙ୍କ କାରକେଡକୁ ଅଣ୍ଡାମାଡ ହୋଇଥିଲା । ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ, ସୁବୁ ଭେଦ କରି ବିରୋଧୀ ଅଣ୍ଡାମାଡ କରିବାରେ ସଫଳ ହୋଇଥିଲେ । ଏହି ଘଟଣାରେ ପୋଲିସ୍ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।  ଗିରଫ ହୋଇଥିବା ତିନି ଜଣ ହେଲେ ପୁରୀ ଜିଲ୍ଲା ଭାଜପା ଯୁବମୋର୍ଚ୍ଚା ସଭାପତି ଜୟନ୍ତ କୁମାର ଦାଶ, ପ୍ରଦୀପ ପରିଡା ଓ ବିଭୂତି ଭୂଷଣ ରଥ । ପୋଲିସ୍ ସେମାନଙ୍କ ବିରୋଧରେ ଆଇପିସି ଧାରା ୨୯୪, ୩୪୧, ୩୫୩, ୩୩୨, ୩୩୬, ୫୦୬ ଓ ନଂ ୩୪/୨୧ରେ ମାମଲା ରୁଜୁ କରିଛି । ତେବେ କୋର୍ଟରେ ଜାମିନ୍ ନାମଞ୍ଜୁର ହେବା ପରେ ସେମାନଙ୍କୁ ଜେଳକୁ ନିଆଯାଇଛି । 


    ଅଭିଯୁକ୍ତ ମାନଙ୍କୁ ଦୁର୍ବବ୍ୟହାର ଓ ମାଡପିଟ ହୋଇଥିବା ଜଣାପଡିଛି । ପୋଲିସ୍ ମାଡରେ ଜୟନ୍ତଙ୍କ କାନା ଫାଟି ଯାଇଥିବା ସୂଚନା ମିଳିଛି । ଯୁବମୋର୍ଚ୍ଚା ସଭାପତି କହିଛନ୍ତି, ତାଙ୍କୁ ଘଟଣାସ୍ଥଳରୁ ଉଠାଇ ନେଇ ପୋଲିସ୍  କୁମ୍ଭାରପଡା ଥାନାକୁ ନେଇଥିଲେ । ଏହାପରେ ପୁରୀ ସହରର ବିଭିନ୍ନ ଆଇଆଇସି ଓ ପୋଲିସ୍ ଅଧିକାରୀମାନେ ତାଙ୍କୁ ପ୍ଲାଷ୍ଟିକ୍ ପାଇପରେ ମାଡ ମାରିବା ସହ ତାଙ୍କ ସ୍ତ୍ରୀଙ୍କ ନାମରେ ଅଶ୍ଳିଳ କଥା କହିଥିଲେ । ଏହାକୁ ଜୟନ୍ତ ବିରୋଧ କରିବାରୁ ତାଙ୍କୁ ଅଧିକ ମାଡ ମାରିଥିଲେ । ପରେ ସେମାନଙ୍କୁ ରାମଚଣ୍ଡି ଥାନାକୁ ନିଆଯାଇଥିଲା । ଏଥିପାଇଁ ପୁରୀ ସହରରେ ଯୁମୋର୍ଚ୍ଚା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରିଥିଲେ । ଅଠରନଳା ଛକଠାରେ ୨ଘଣ୍ଟାରୁ ଉଦ୍ଧ୍ୱର୍ ସମୟ ଧରି ରାସ୍ତାରୋକ କରିଥିଲା ଯୁବମୋର୍ଚ୍ଚା । ଏଥିପାଇଁ ଏହି ରାସ୍ତାରେ ଗାଡି ଚଳାଚଳ ଠପ ହୋଇଯାଇଥିଲା ।

     
    ଏହା ସହିତ କୁମ୍ଭାରପଡା ଥାନା ସମ୍ମୁଖରେ ଜିଲ୍ଲା ଭାଜପାର ସମସ୍ତ ନେତୃବୃନ୍ଦ ଉପସ୍ଥିତ ରହି ଟାୟାର ଜାଳି ରାସ୍ତାରୋକ ସହ ଧାରଣା ଦେଇଥିଲେ । ଏହି ଧାରଣରରେ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ପ୍ରଭାତୀ ପରିଡା, ରବି ମଲ୍ଲିକ, ପ୍ରଭଞ୍ଜନ ମହାପାତ୍ର, ସୁରଥ ବିଶ୍ୱାଳ, ଆଶ୍ରିତ ପଟ୍ଟନାୟକ, ବିରଞ୍ଚି ତ୍ରୀପାଠୀ ଓ ଓମପ୍ରକାଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook