Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ନବୀନଙ୍କ କଥା ରଖିଲେ ମୋଦି, କଲେ ବଡ଼ ଘୋଷଣା

    Share on :
    ajab-Image
    Date: Nov 24, 2021    Views: 3427

    ଭୁବନେଶ୍ୱର : ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଥିଲେ  । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆଉ ୮ ମାସ ପର୍ଯ୍ୟନ୍ତ ଲାଗୁ କରିବାକୁ କହିଥିଲେ  । କରୋନା ପାଇଁ ଏବେବି ଲୋକମାନଙ୍କ ସ୍ଥିତି ଦୁର୍ବଳ ଥିବାରୁ ମାଗଣାରେ ରାସନ ଦେବା ଦରକାର ବୋଲି ନବୀନ ଦୃଷ୍ଟି ଆକର୍ଷଣ କରିଥିଲେ ।

    ଆଜି କେନ୍ଦ୍ର ସରକାର ଏନେଇ ଏକ ବଡ଼ ଘୋଷଣା କରିଛନ୍ତି  । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧି ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି  । ଅର୍ଥାତ୍ ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ହିତାଧିକାରୀମାନଙ୍କୁ ମାଗଣାରେ ରାସନ ପ୍ରଦାନ କରାଯିବ  ।

    ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୧ ଟଙ୍କାରେ ଚାଉଳ ଓ ଗହମ ଯୋଗାଣ କରାଯାଉଛି  । ତେବେ କରୋନା ସମୟରେ ଲୋକମାନଙ୍କ ଆବଶ୍ୟକତାକୁ ହୃଦୟଙ୍ଗମ କରି କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଆରମ୍ଭ କରିଥିଲେ  । ଏହି ଯୋଜନାରେ ଏନଏଫଏସଏରେ ମିଳୁଥିବା ଚାଉଳ ବ୍ୟତୀତ ଅତିରିକ୍ତ ଖାଦ୍ୟ ସାମଗ୍ରୀର ବି ବ୍ୟବସ୍ଥା କରାଯାଇଥିଲା  ।

    Maximum 500 characters

    ତାଜା ଖବର View all

    Find Us on Facebook