Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ନବୀନ ନନ୍ଦ

    Share on :
    ajab-Image
    Date: Oct 14, 2021    Views: 3217

    ଭୁବନେଶ୍ବର: ଭାରତୀୟ ଜାତୀୟ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଢେଙ୍କାନାଳ ପୂର୍ବତନ ବିଧାୟକ ନବୀନ ନନ୍ଦ ଇସ୍ତଫା ଦେଇଛନ୍ତି।  ସେ ତାଙ୍କ ଇସ୍ତଫା ପତ୍ର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିକଟକୁ ଆଜି ପଠାଇଛନ୍ତି। ଏହାକୁ ଗ୍ରହଣ କରିବାକୁ ସେ ଅନୁରୋଧ କରିଛନ୍ତି।

    ସେ ତାଙ୍କ ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି ଯେ, ଢେ଼ଙ୍କାନାଳ ବିଧାନସଭା ନିର୍ବାଚନ ମଣ୍ଡଳୀରୁ  ୨୦୧୯ ମସିହା ସାଧାରଣ ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ । ମୋତେ ଯେତେବେଳେ କଂଗ୍ରେସରୁ ପ୍ରାର୍ଥୀ ମନୋନୟନ କରାଗଲା ତାର ଅବ୍ୟବହିତ ପୂର୍ବରୁ କଂଗ୍ରେସ ଦଳର ଜିଲ୍ଳା ସଭାପତି ଥିବା ସୁଧୀର ସାମଲ କଂଗ୍ରେସ ପରିତ୍ୟାଗ କରି ବିଜୁ ଜନତା ଦଳରେ ସାମିଲ ହୋଇଥିଲେ। ବିଜୁ ଜନତା ଦଳରୁ ସେ ଟିକେଟ ଆଣି ଢେ଼ଙ୍କାନାଳ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଥିଲେ । ମୁଁ କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ ମଧ୍ୟ  ଢେଙ୍କାନାଳ କଂଗ୍ରେସର ବରିଷ୍ଠ ନେତାମାନେ ମୋତେ ସମର୍ଥନ କରିନଥିଲେ । ଏ ସମ୍ପର୍କରେ ମୁଁ ବ୍ୟକ୍ତିଗତ ଭାବେ ଆପଣଙ୍କୁ ଅବଗତ କରି ଗତ ୦୫.୦୧.୨୦୨୦ତାରିଖରେ ମେଲ ଯୋଗେ  ଜଣାଇଥିଲି। ଓ ଏହାର ଏକାକିତା ନକଲ ରାଜ୍ୟ ପ୍ରଭାରୀଙ୍କୁ ମଧ୍ୟ ଦେଇଥିଲି । ଦୁଃଖର ବିଷୟ ଏହିକି ଯେ ଯେଉଁ ବରିଷ୍ଠ ନେତାମାନେ ସେତେବେଳେ କଂଗ୍ରେସରେ ପଦପଦବୀରେ ଥିଲେ  ସେହିମାନେ ମୋତେ ସମର୍ଥନ କଲେନାହିଁ ।  ସାରା ରାଜ୍ୟରେ କଂଗ୍ରେସର ବିପର୍ୟ୍ୟୟ ହୋଇଥିଲା ବେଳେ ଜିଲ୍ଲାରେ ମୁଁ ସର୍ବାଧିକ ୨୫୦୦୦ ରୁ ଅଧିକ ଭୋଟ ପାଇଥିଲି । ଯେଉଁମାନେ ସେତେବେଳେ କଂଗ୍ରେସକୁ ବିରୋଧ କରିଥିଲେ ସେହିମାନଙ୍କୁ ପରବର୍ତ୍ତି ପର୍ୟ୍ୟାୟ ରେ ଜିଲ୍ଲାର ସାଙ୍ଗଠନିକ ଦାୟିତ୍ୱ ଦିଆଗଲା । ଗତ ଦୁଇ ବର୍ଷ ଭିତରେ ଜିଲ୍ଲାର କୌଣସି ବୈଠକକୁ ମୋତେ ଜାଣିଶୁଣି ଡକାଗଲା ନାହିଁ । ଜିଲ୍ଲାରେ କିଭଳି କଂଗ୍ରେସ କୁ ସୁଦୃଢ଼ କରାଯିବ ସେଥିପାଇଁ ପ୍ରସ୍ତାବ ଦେଇଥିଲି । ତାକୁ ମଧ୍ୟ ଅଣଦେଖା କରାଗଲା ।

    ଗତ ପାଞ୍ଚ ମାସ ତଳେ ମୋର ବଡ଼ ପୁଅ ର ଦେହାନ୍ତ ହେବାପରେ ମୁଁ ମାନସିକ ଭାବେ କୌଣସି ଦଳୀୟ କାର୍ୟ୍ୟରେ  ଏବେ ସହଯୋଗ କରିବା ଅବସ୍ଥାରେ ନଥିବାରୁ କଂଗ୍ରେସ ଦଳର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ପ୍ରଦାନ କରୁଅଛି । ଏହି ଇସ୍ତଫା ପତ୍ରକୁ ଗ୍ରହଣ କରିବାକୁ ସେ ପିସିସି ସଭାପତିଙ୍କୁ ଜଣାଇଛନ୍ତି।

    Maximum 500 characters

    ତାଜା ଖବର View all

    Find Us on Facebook