Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଶିଳ୍ପକ୍ଷେତ୍ରରେ ଓଡ଼ିଶାରେ ଭିତ୍ତିଭୂମି ଉନ୍ନତି ହେବା ସହ ଶିଳ୍ପାନୁଷ୍ଠାନ ବଢୁଛି : ନବୀନ ଜିନ୍ଦଲ

    Share on :
    ajab-Image
    Date: Apr 8, 2026    Views: 3068

    ଭୁବନେଶ୍ବର : ଭାରତୀୟ ଷ୍ଟିଲ ସଂଘ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଙ୍ଗଳବାର ଆଲୋଚନା କରିଛନ୍ତି। ବୈଠକ ପରେ ବିଶିଷ୍ଟ ଶିଳ୍ପପତି ନବୀନ ଜିନ୍ଦଲ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ଶିଳ୍ପ କ୍ଷେତ୍ରରେ ଓଡ଼ିଶାରେ ବହୁତ ଭଲ କାମ ହେଉଛି। ଓଡ଼ିଶାରେ ଭିତ୍ତିଭୂମି ଉନ୍ନତି ହେଉଛି ଶିଳ୍ପାନୁଷ୍ଠାନ ବି ବଢୁଛି ବୋଲି ନବୀନ ଜିନ୍ଦଲ କହିଛନ୍ତି।

    ଓଡ଼ିଶା ସରକାରଙ୍କ ଖଣି ନୀତି ଓ ଅକ୍ସନ ବ୍ୟବସ୍ଥା ପାଇଁ ରାଜ୍ୟକୁ ଅଧିକ ରାଜସ୍ୱ ବି ମିଳୁଛି । ଓଡ଼ିଶାରେ ଷ୍ଟିଲ ପ୍ରଡକ୍ସନ ଭଲ ହେଉଛି । ତେଣୁ ଆଇରନ ଓର ଉତ୍ପାଦନକୁ ଅଧିକ ବଢାଇବାର ଆବଶ୍ୟକତା ରହିଛି । ଯେଉଁମାନେ ଓଡ଼ିଶାରେ ନିବେଶ କରିଛନ୍ତି ସେମାନଙ୍କୁ OMC ରୁ ଆଇରନଓର ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଙ୍କୁ ଜଣାଇଛୁ ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ ଆମ ସମସ୍ତଙ୍କୁ କହିଛନ୍ତି ଯେଉଁମାନେ ଓଡ଼ିଶାରେ ଷ୍ଟିଲ ପ୍ଲାଣ୍ଟ କରିବେ ସେମାନଙ୍କୁ ଆଇରନଓର ର ଅଭାବ ରହିବ ନାହିଁ । ଶିଳ୍ପାନୁଷ୍ଠାନକୁ raw material ର କୌଣସି ଅଭାଵ ନାହିଁ କିନ୍ତୁ ତାକୁ ଅଧିକ କରିବା ପାଇଁ ଆମେ ମୁଖ୍ୟମନ୍ତ୍ରୀଙ୍କୁ କହିଛୁ । କାରଣ ଓଡ଼ିଶାରେ ଷ୍ଟିଲ ଉତ୍ପାଦନ ବଢ଼େଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ତେଣୁ raw material କୁ ବଢ଼େଇବାକୁ ବର୍ତ୍ତମାନ ଠୁ ଯୋଜନା କରିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି ବୋଲି ନବୀନ ଜିନ୍ଦଲ କହିଛନ୍ତି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook