ମୁଖ୍ୟ ଖବର
ବଢିଲା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କ ପାଇଁ ଅଡୁଆ। ହେଲିକପ୍ଟରରେ ବୁଲିବା ସହ ରାଜ୍ୟ ରାଜକୋଷରୁ ଅର୍ଥ ଖର୍ଚ୍ଚ କରିଥିବା ନେଇ ହୋଇଥିବା ମାମଲାରେ କୋର୍ଟ ନୋଟିସ ଜାରି କରିଛନ୍ତି । କୋର୍ଟଙ୍କ ନୋଟିସ ନେଇ ଆସନ୍ତା ୧୫ ତାରିଖ ସୁଦ୍ଧା ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଖୋର୍ଦ୍ଧା ଜିଲା ଦୌରା ଜଜଙ୍କ ପକ୍ଷରୁ ଏହି ନୋଟିସ ଜାରି କରାଯାଇଛି। ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ପାଣ୍ଡିଆନ ରାଜ୍ୟର ବିଭିନ୍ନ ସ୍ଥାନକୁ ଗସ୍ତ କରିବା ସହ ସଭାସମିତି କରିଥିଲେ। ପାଖାପାଖି ୩୦୦ ଥର ହେଲିକପ୍ଟରରେ ଉଡାଣ କରିଥିବା ନେଇ ଅଭିଯୋଗ ହୋଇଥିଲା।
ଏହାକୁ ନେଇ ଆଇନଜୀବୀ ସୁଧୀର ମହାନ୍ତି କ୍ୟାପିଟାଲ ଥାନାର ଦ୍ୱାରସ୍ଥ ହୋଇଥିଲେ । ଏହି ମାମଲାରେ ଖୋର୍ଦ୍ଧା ଜିଲା ଦୌରା ଜଜ ନବୀନ ଓ ପାଣ୍ଡିଆନଙ୍କୁ ସମନ ଜାରି କରିଛନ୍ତି । ତେବେ ଏନେଇ ନବୀନ ଓ ପାଣ୍ଡିଆନଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
Comments ସମସ୍ତ ମତାମତ