Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ପ୍ରଚାର ମଇଦାନରେ ମୁହାଁମୁହିଁ ହେବେ କି ନବୀନ-ମୋଦୀ?

    Share on :
    ajab-Image
    Date: Oct 14, 2023    Views: 6666

    ଭୁବନେଶ୍ୱର: ପୁରୀ ଦେଖିବ କି ବଡ଼ ଲଢ଼େଇ? ବରିଷ୍ଠ ସେବାୟତ ରାମକୃଷ୍ଣ ଦାସ ମହାପାତ୍ର ଓ ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ବୟାନ ପରେ ଏ ନେଇ ଚର୍ଚ୍ଚା ବଢ଼ିଛି । ପ୍ରଚାର ମଇଦାନରେ ମୁହାଁମୁହିଁ ହେବେ କି ନବୀନ-ମୋଦୀ? ୨୦୨୪ ନିର୍ବାଚନରେ ଯଦି ଏଭଳି କିଛି ଘଟେ, ତାହେଲେ ଭାରତ ଇତିହାସର ଏହା ସବୁଠାରୁ ରୋଚକ ନିର୍ବାଚନ ହେବ, କହିଲେ ଅତ୍ୟୁକ୍ତି ହେବ ନାହିଁ । କାରଣ ଉଭୟ ନେତା ବେଶ୍ ଲୋକପ୍ରିୟ । ନରେନ୍ଦ୍ର ମୋଦୀ ଦୁଇଦୁଇ ଥର ପ୍ରଧାନମନ୍ତ୍ରୀ ହୋଇଛନ୍ତି । ଆଉ ନବୀନ ପଟ୍ଟନାୟକ ୫ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ରେକର୍ଡ କରିଛନ୍ତି । ମୁଖ୍ୟମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ ହୋଇଥିବା ମୋଦୀ ବାରଣାସୀରୁ ଦୁଇଥର ନିର୍ବାଚିତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ହେବା ପରଠାରୁ ମୋଦୀଙ୍କ ଲୋକପ୍ରିୟତା ମଧ୍ୟ ବେଶ୍ ବୃଦ୍ଧି ପାଇଛି । ଏପରି ସ୍ଥିତିରେ ଯଦି ପ୍ରଧାନମନ୍ତ୍ରୀ ୨୦୨୪ରେ ପୁରୀରୁ ନିର୍ବାଚନ ଲଢ଼ନ୍ତି, ତାହେଲେ ଦେଶର ରାଜନୀତିରେ ଏକ ରୋଚକ ମୁକାବିଲା ଦେଖିବାକୁ ମିଳିପାରେ ।

    ସେପଟେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଲୋକପ୍ରିୟତା ସାରା ଦେଶରେ ଚର୍ଚ୍ଚିତ । ପ୍ରତିଟି ନିର୍ବାଚନକୁ ଜିତିବା ଯେଭଳି ତାଙ୍କର ଅଭ୍ୟାସରେ ପରିଣତ ହୋଇଗଲାଣି । ସେଥିପାଇଁ ତ ୨୩ ବର୍ଷରୁ ଅଧିକ ଦିନ ଧରି ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିଛନ୍ତି । ତେବେ ଦେଶର ଏହି ଦୁଇ ଲୋକପ୍ରିୟ ନେତା କେଉଁଠୁ ନିର୍ବାଚନ ଲଢ଼ିବେ, ତାହା ପରବର୍ତୀ ସମୟରେ ଜଣାପଡ଼ିବ । ଗତକାଲି ପୁରୀର ବରିଷ୍ଠ ସେବାୟତ ତଥା ବିଜେଡି ନେତା ରାମକୃଷ୍ଣ ଦାସ ମହାପାତ୍ର କହିଥିଲେ, ବନାରସରେ ମୋଦି ଠିଆ ହେବା ପରେ ବନାରସରେ ବିକାଶ ହେଲା । ଠିକ୍ ସେମିତି ମୁଖ୍ୟମନ୍ତ୍ରୀ ପୁରୀରୁ ନିର୍ବାଚନ ଲଢିଲେ ଶ୍ରୀ କ୍ଷେତ୍ରର ବିକାଶ ହେବ ।


    ରାମକୃଷ୍ଣଙ୍କ ଏହି ବୟାନ ପରେ ପ୍ରତିକ୍ରିୟା ରଖିଥିଲେ ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀ । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁଠି ଚାହିଁବେ, ସେଠାରେ ଲଢ଼ିପାରିବେ । ଜୟନ୍ତ ଷଡ଼ଙ୍ଗୀ ଆହୁରି କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରୀରେ ଲୋକସଭା ନିର୍ବାଚନ ଲଢ଼ିବା ନେଇ ସେ ଶୁଣିଛନ୍ତି । ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରୁ ଲଢ଼ିବେ, ତେବେ ପୁରୀର ଭାଗ୍ୟ ବଦଳିଯିବ । 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook