Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ପୁଲିସ ଏସ୍‌ଆଇ ପରୀକ୍ଷାକୁ ନେଇ ସରକାରଙ୍କୁ ଘେରିଲେ ନବୀନ

    Share on :
    ajab-Image
    Date: Sep 6, 2026    Views: 2580

    ଭୁବନେଶ୍ୱର:ପୁଲିସ ଏସ୍‌ଆଇ ପରୀକ୍ଷାକୁ ନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ। ୨୦୨୫ରେ ବାତିଲ ହୋଇଥିବା କମ୍ବାଇଣ୍ଡ ପୋଲିସ ସର୍ଭିସ୍‌ ପରୀକ୍ଷା କେବେ ହେବ ଏବଂ ପ୍ରଶ୍ନପତ୍ର ବିକ୍ରି ଓ ଲିକ୍‌ ରାକେଟ୍‌ରେ ସମ୍ପୃକ୍ତ ଦୋଷୀଙ୍କୁ କେବେ କଠୋର ଦଣ୍ଡ ମିଳିବ ବୋଲି ସେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି।ନବୀନ ପଟ୍ଟନାୟକ କହିଛନ୍ତି, ଏସ୍‌ଆଇ ପରୀକ୍ଷା ବାତିଲ ହେବା ଯୋଗୁଁ ହଜାର ହଜାର ଆଶାୟୀ ପ୍ରଭାବିତ ହୋଇଛନ୍ତି। ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଯୁବକଯୁବତୀଙ୍କ ପ୍ରାୟ ଏକ ବର୍ଷ ସମୟ ନଷ୍ଟ ହୋଇଥିବା ସେ ଅଭିଯୋଗ କରିଛନ୍ତି।

    Maximum 500 characters

    ରାଜନୀତି View all

    Find Us on Facebook