Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଗଣଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ନବୀନ

    Share on :
    ajab-Image
    Date: Jul 27, 2026    Views: 2463

    ଭୁବନେଶ୍ୱର: ପ୍ରଥମରୁ ଅଷ୍ଟମ ପାଠ୍ୟ ପୁସ୍ତକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନବୀନ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରିଛନ୍ତି।

    ନବୀନ କହିଛନ୍ତି, ପିଲାଙ୍କ ପାଠ୍ୟପୁସ୍ତକରେ ଅନେକ ତ୍ରୁଟି ଅଛି।୨ରୁ ୩ ସପ୍ତାହ ହେଲାଣି ବିଜେଡି ଇସ୍ତଫା ଦାବି କରିଆସୁଛି। ସେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭଳି ଉଦାହରଣ ସୃଷ୍ଟି କରିବା ଉଚିତ୍‌। ମନ୍ତ୍ରୀ ପଦରୁ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦେବା ଉଚିତ୍‌ ବୋଲି ନବୀନ କହିଛନ୍ତି।

    ସେପଟେ ଏହାକୁ ନେଇ ନବୀନଙ୍କୁ ବିଜେପି କଡ଼ା ଟାର୍ଗେଟ କରିଛି। ବିଜେପି ସାଧାରଣ ସଂପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ କହିଛନ୍ତି, ନିଜ ସରକାର ସମୟରେ ଅନେକ ଥର ପ୍ରଶ୍ନପତ୍ର ଲିକ୍‌ ହୋଇଥିଲା। କେବଳ ନିଜ ଛବିକୁ ବଞ୍ଚାଇବା ପାଇଁ ମନ୍ତ୍ରୀଙ୍କୁ ନିଲମ୍ବନ କରୁଥିଲେ। ସ୍ଥାୟୀ ସମାଧାନ ପାଇଁ ନବୀନ କଣ ଉଦ୍ୟମ କରିଥିଲେ ବୋଲି ପ୍ରଶ୍ନ କରିଛନ୍ତି। ଧର୍ମେନ୍ଦ୍ର ପ୍ରଧାନ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଛନ୍ତି। ପୂରା ବିଜେପି ଓ ଏନଡିଏ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଅଛି।

    Maximum 500 characters

    ରାଜନୀତି View all

    Find Us on Facebook