Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ପୁଲିସ ଓ ସରକାର ଏତେ ଅସହାୟ କାହିଁକି: ନବୀନ

    Share on :
    ajab-Image
    Date: May 8, 2026    Views: 3020

    ଭୁବନେଶ୍ବର : ଭୁବନେଶ୍ବର ଉପକଣ୍ଠରେ ଜଣେ ଯୁବକଙ୍କୁ ପିଟି ପଟି ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଚିନ୍ତାପ୍ରକଟ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ପଟ୍ଟନାୟକ କହିଛନ୍ତି, ପୁଲିସ ଉପସ୍ଥିତିରେ ଯଦି ଏଭଳି ଘଟୁଛି ତା ହେଲେ ଲୋକେ କାହାକୁ ସୁରକ୍ଷା ମାଗିବେ? ଅପରାଧୀଙ୍କ ଆଗରେ ପୁଲିସ ପ୍ରଶାସନ, ସରକାର ଏତେ ଅସହାୟ କାହିଁକି? ନିକଟରେ ହିଞ୍ଜିଳି, କଣାସ ଓ ଢେଙ୍କାନାଳରେ ଘଟିଥିବା ବର୍ବରକାଣ୍ଡରେ ସରକାର କ’ଣ କାର୍ୟ୍ୟାନୁଷ୍ଠାନ ଗ୍ରହଣ କଲେ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି। ସରକାର ତୁରନ୍ତ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରି ଲୋକଙ୍କ ସୁରକ୍ଷା ତଥା ଓଡ଼ିଶାରେ ଆଇନଶୃଙ୍ଖଳା ସୁନିଶ୍ଚିତ କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି।
    ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଡ. ଲେନିନ୍ ମହାନ୍ତି ଓ ତୁମ୍ବନାଥ ପଣ୍ଡା ଏହି ଘଟଣାରେ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରି ରାଜ୍ୟରେ ଆଇନର ଶାସନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ଗଲାଣି ବୋଲି କହିଛନ୍ତି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook