Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ନବୀନଙ୍କ ରଣହୁଙ୍କାର : କ’ଣ କହିଲେ ଜାଣନ୍ତୁ

    Share on :
    ajab-Image
    Date: May 7, 2026    Views: 2772

    ଭୁବନେଶ୍ଵର : ଯାଜପୁର ଜିଲ୍ଲା କାର୍ୟ୍ୟକାରିଣୀରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ରଣହୁଙ୍କାର। ଦଳକୁ ମଜଭୁତ କରିବାକୁ ଦଳୀୟ ନେତାଙ୍କୁ ଦେଲେ ଗୁରୁମନ୍ତ୍ର। ସରକାରଙ୍କୁ ଟାର୍ଗେଟ୍ କରି ବର୍ଷିଲେ ନବୀନ। କହିଲେ ଏବେ ଲୋକଙ୍କ ପାଇଁ ବଡ଼ ବୋଝ ପାଲଟି ଗଲାଣି ବିଜେପି ସରକାର। ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ଲଢ଼ିବାକୁ ହେବ। ଯୁବ, ଚାଷୀ ଓ ମିଛ ପ୍ରଚାର ବିରୋଧରେ ଆମକୁ ଲଢ଼ିବାକୁ ହେବ। ଆସନ୍ତୁ ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ଏଇ ଲଢ଼େଇକୁ ଜୋରଦାର କରିବା।

    ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ରହିଛି। ତେଣୁ ସଙ୍ଗଠନକୁ ଆହୁରି ମଜଭୁତ କରିବା ଲାଗି ନବୀନ ଦଳୀୟ ନେତାଙ୍କୁ କହିଛନ୍ତି ଯେ ଲୋକଙ୍କ ସହ ରହିବା। ରାଜ୍ୟବାସୀ ଆମକୁ ୨୪ ବର୍ଷ କ୍ଷମତା ଦେଇଥିଲେ। ଏବେ ମଧ୍ୟ ଆମେ ରାଜ୍ୟର ବଡ଼ ଦଳ। ଆମର ସଫଳତା ପାଇଁ ବିଜେଡିର ପ୍ରତି କର୍ମୀ ଗର୍ବ କରିବା ଉଚିତ। ଲୋକଙ୍କ ଏହି ଭଲ ପାଇବା ଆମର ବଡ଼ ବଳ। ଦଳ ସବୁବେଳେ ଶୃଙ୍ଖଳାକୁ ଗୁରୁତ୍ୱ ଦେଇଛି। ତେଣୁ ଦଳରେ ବିଶୃଙ୍ଖଳା ସ୍ଥାନ ନାହିଁ।

    Maximum 500 characters

    ରାଜନୀତି View all

    Find Us on Facebook