ମୁଖ୍ୟ ଖବର
ଭୁବନେଶ୍ବର: ଏସ୍ସିବି ମେଡିକାଲ କଲେଜ ନିଆଁ ଘଟଣାରେ ପୁଣି କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବିଧାନସଭା ଗୃହରେ ବିଜେଡି ଏହି ପ୍ରସଙ୍ଗକୁ ଜୋରଦାର ଉଠାଉଥିଲା ବେଳେ ଗଣମାଧ୍ୟମରେ ସରକାରଙ୍କୁ ଲଗାତାର ଟାର୍ଗେଟ୍ କରିଚାଲିଛନ୍ତି ନବୀନ। ଆଜି କହିଛନ୍ତି, ରୋଗୀଙ୍କ ଦାରୁଣ ମୃତ୍ୟୁକୁ ନଅ ଦିନ ବିତିଯାଇଥିଲେ ମଧ୍ୟ ଏପର୍ୟ୍ୟନ୍ତ ଜଣେ ହେଲେ କେନ୍ଦ୍ର ମନ୍ତ୍ରୀ କଟକ ମେଡିକାଲ ପରିଦର୍ଶନ କରିନାହାନ୍ତି। ବାସ୍ତବରେ ଏହା ଅତ୍ୟନ୍ତ ଦୁଃଖଦାୟକ। ବିଜେଡି ସରକାର ସମୟରେ ଯେତେବେଳେ ଏକ ଘରୋଇ ମେଡିକାଲରେ ଏଭଳି ଦୁର୍ଘଟଣା ଘଟିଥିଲା, ସେତେବେଳେ ଅନେକ କେନ୍ଦ୍ର ମନ୍ତ୍ରୀ ହସ୍ପିଟାଲ ପରିଦର୍ଶନ କରିଥିଲେ। ହେଲେ କଟକ ବଡ଼ଡାକ୍ତରଖାନାର ଦୁଃଖଦ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଶାର ଲୋକଙ୍କ ପ୍ରତି ସେମାନଙ୍କର କେତେ ସମ୍ବେଦନଶୀଳତା ଅଛି, ତାହା ଆପଣମାନେ ନିଜେ ତୁଳନା କରିପାରିବେ। ମୁଁ ପୁଣି ଥରେ କହୁଛି, ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବା ଉଚିତ।
Comments ସମସ୍ତ ମତାମତ