Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ନବୀନ ଭୁଲି ଗଲେ ସମଦୂରତା ନୀତି

    Share on :
    ajab-Image
    Date: Mar 6, 2026    Views: 2729

    କ୍ଷମତା ଗଲା ପରେ ନବୀନ ଭୁଲି ଗଲେ ସମଦୂରତା ନୀତି । କଂଗ୍ରେସ ସହ ହାତ ମିଶାଇ ନବୀନ ଭାଙ୍ଗି ଦେଲେ ଦୀର୍ଘ ବର୍ଷର ବ୍ରତ । ରାଜ୍ୟ ରାଜନୀତିରେ ଦେଖିବାକୁ ମିଳିଲା ଏକ ରୋଚକ ଦୃଶ୍ୟ । ରାଜ୍ୟସଭା ପାଇଁ ଏକାଠି ହେଲେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ବିଜେଡି ଓ କଂଗ୍ରେସ । ଗତ ୨୫ ବର୍ଷ ଧରି ଯାହା କେବେ ଦେଖାନଥିଲା କି ଚିନ୍ତା ବି କରାଯାଇ ନଥିଲା ଆଜି ସେ ଦୃଶ୍ୟକୁ ସମସ୍ତେ ଦେଖିଲେ । ଏହାକୁ ନେଇ ନବୀନ ପଟନାୟକ କହିଛନ୍ତି ସମୟ କହିବ ଭବିଷ୍ୟତ ଏବଂ ଇତିହାସ କଣ ହେବ । ପିସିସି ସଭାପତି ଭକ୍ତ ଦାସ କହିଛନ୍ତି ରାଜ୍ୟର ସ୍ବାର୍ଥ ପାଇଁ ଏକାଠି ହୋଇଛନ୍ତି ଦୁଇଦଳ । ଏଥିପାଇଁ ଏଆଇସିସିର ବି ମୋହର ବାଜିଛି । ବିଜେପି କହିଛି ବିଜେଡ଼ି ଓ କଂଗ୍ରେସ ପୂର୍ବରୁ ମିଶିକି ଅଛନ୍ତି । ଏଥିରେ କୌଣସି ନୂଆ କଥା ନାହିଁ ।
    ଓଡିଶାରେ ଆରମ୍ଭ ହେଲା ନୂଆ ରାଜନୈତିକ ସମୀକରଣ । କ୍ଷମତା ପାଇଁ ଏକାଠି ହେଲେ ବିଜେଡି ଓ କଂଗ୍ରେସ । ପ୍ରାୟ ୨୫ ବର୍ଷ ଧରି ଯୋଉ କଥା ଦେଖିବାକୁ ମିଳିନଥିଲା ତାହା ବିଧାନସଭାରେ ଦେଖିବାକୁ ମିଳିଛି । ବିଜେଡି ସୁପ୍ରିମୋ ନବୀନ ପଟନାୟ ଓ ପିସିସି ସଭାପତି ଭକ୍ତ ଦାସ ପାଖାପାଖି ସିଟ୍ ରେ ବସି ଜଣେ ରାଜ୍ୟସଭା ପ୍ରାର୍ଥିଙ୍କୁ ସମର୍ଥନ ଦେଇଛନ୍ତି । କେବଳ ନବୀନ କି ଭକ୍ତ ନୁହଁନ୍ତି, ବିଜେଡି ଓ କଂଗ୍ରେସର ତମାମ ବିଧାୟକ ମଧ୍ୟ ଗୋଟିଏ ସ୍ଥାନରେ ଏକାଠି ହୋଇଛନ୍ତି । ଆଗକୁ ରାଜ୍ୟ ରାଜନୀତିରେ ଏକ ବଡ ସମୀକରଣ ତିଆରି କରିବାକୁ ଯାଉଛି । ଅର୍ଥାତ ଯେଉଁ ଅଣ କଂଗ୍ରେସ ରାଜନୀତିରୁ ବିଜେଡିର ଜନ୍ମ ଆଜି ସେଇ କଂଗ୍ରେସ ସହ ହାତ ମିଳାଇଛି ବିଜେଡି ।ବିଜେଡି କ୍ଷମତାରୁ ଯିବାର ମାତ୍ର ଦୁଇ ବର୍ଷ ହୋଇନି। କ୍ଷମତା ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଭୁଲିଗଲେ ସମଦୁରତା। ପ୍ରାର୍ଥୀପତ୍ର ଦାଖଲ ବେଳେ ଗୋଟିଏ ଧାଡ଼ିରେ ବସିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଓ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ପ୍ରମୁଖ। ଏହି ରୋଚକ ଦୃଶ୍ୟ ରାଜ୍ୟ ରାଜନୀତିରେ ଚର୍ଚ୍ଚା ପାଇଁ ବେଶ୍ ଖୋରାକ ଯୋଗାଇଛି । ଏହାକୁ ନେଇ ନବୀନ କହିଛନ୍ତି ସମୟ କହିବ ଭବିଷ୍ୟତ ଏବଂ ଇତିହାସ କଣ ହେଉଛି। ସେପଟେ ପିସିସି ସଭାପତି ଭକ୍ତ ଦାସ କହିଛନ୍ତି ରାଜ୍ୟର ସ୍ବାର୍ଥ ପାଇଁ ଏକାଠି ହୋଇଛନ୍ତି ବିଜେଡି ଓ କଂଗ୍ରେସ । ଆଗକୁ ବିଜେଡି ଓ କଂଗ୍ରେସ ଏକାଠି ଚାଲିବେକି ନାହିଁ ତାହା ସମୟ କହିବ । ବିରୋଧିଙ୍କ ଏଭଳି ଯୁଗଳବନ୍ଦିକୁ ଦେଖି ବିଜେପି କହିଛି କଂଗ୍ରେସ ଓ ବିଜେଡ଼ି ପୂର୍ବରୁ ମିଶିକି ଥିଲେ। ଏଥିରେ କୌଣସି ନୂଆ କଥା ନାହିଁ ।
    ଏଠାରେ ପ୍ରଶ୍ନ ଉଠୁଛି ଏହି ମେଣ୍ଟ କେବଳ ରାଜ୍ୟସଭା ପାଇଁ ନା ୨୦୨୯ରେ ବିଜେପିକୁ ଚେକ ଦେବା ପାଇଁ । ପଞ୍ଚାୟତ ନିର୍ବାଚନରେ ବି କଣ ଏଭଳି ଦୁଇ ଦଳ ହାତମିଳାଇବେ କି । ବିଜେପି ସାରା ଦେଶରେ ଓ ରାଜ୍ୟରେ ବଢୁଥିବାରୁ ଏଥିରେ ବ୍ରେକ୍ ଦେବା ପାଇଁ ଏକାଠି ହେଉଛନ୍ତି କି ବିଜେଡି ଓ କଂଗ୍ରେସ। ଏଭଳି ଅନେକ ଆକଳନକୁ ନେଇ ଏବେ ଠାରୁ ଆରମ୍ଭ ହୋଇଗଲାଣି ଚର୍ଚା ଓ ଆଲୋଚନାବିଜେଡି ଗଠନ ଆରମ୍ଭରୁ କଂଗ୍ରେସ ବିରୋଧି ନାରା ଦେଇ ୨୫ ବର୍ଷ କ୍ଷମତାରେ ରହିଥିଲା ଦଳ । କ୍ଷମତା ଗଲାପରେ ସମସ୍ତ ନୀତି ଆଦର୍ଶ ଭୁଲି ଏକାଠି ହୋଇଛନ୍ତି ବିଜେଡି ଓ କଂଗ୍ରେସ।

    Maximum 500 characters

    ରାଜନୀତି View all

    Find Us on Facebook